Author: Purva Paksha

ନବୀନ ନିବାସ ଆଉ ଭରସାଯୋଗ୍ୟ ହୋଇନାହିଁ। ଏଣୁ ପରସ୍ପର ଭିତରେ ସଂଗଠନ ବାବଦରେ ଆଲୋଚନା କରିବାକୁ ନେତାଏଁ ନବୀନ ନିବାସ ବାହାରେ ମେଳି କରିଛନ୍ତି। ଏଥିପାଇଁ ଭୁବନେଶ୍ୱରର ଏକ ହୋଟେଲ୍‍କୁ ବଛାଯାଇଛି। ପରାମର୍ଶଦାତା କମିଟି ବୈଠକ ଭାବେ ଏହାକୁ ସୂଚୀତ କରାଯାଉଥିଲେ ମଧ୍ୟ ଏଥିରେ ବରିଷ୍ଠ ନେତାମାନେ ନିଜ ପକ୍ଷ ମଜଭୁତ କରିବା ପାଇଁ ଏପରି ବୈଠକରେ ବସିଥିବା କୁହାଯାଉଛି। ଏହି ବୈଠକରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଶଶିଭୂଷଣ ବେହେରା,  ଭୂପିନ୍ଦର ସିଂହ, ଅଶୋକ ପଣ୍ଡା, ନୃସିଂହ ସାହୁ, ଆୟୁବ ଖାଁ, ପ୍ରଣକପ୍ରକାଶ ଦାସ, ଅରୁଣ ସାହୁଙ୍କ ସମେତ ପ୍ରାୟ ୨୦ ନେତା ସାମିଲ ରହିଛନ୍ତି।  ଦଳରେ ଚାଲିଥିବା ରାଜନୀତିକ ସଙ୍କଟ ଓ ବିଭାଜନ ଏହି ଆଲୋଚନାରେ ମୁଖ୍ୟ ପ୍ରସଙ୍ଗ ହୋଇଥିବାବେଳେ ଶଶିଭୂଷଣ କହିଛନ୍ତି, ଏହା ହେଉଛି ବିଜେଡିର ପରାମର୍ଶଦାତା ବୈଠକ ଏବଂ ଏହି ବୈଠକ ବିଷୟରେ ନବୀନ ଅବଗତ ରହିଛନ୍ତି। ବିଜୁ ଜନତା ଦଳର ପରାମର୍ଶଦାତା କମିଟିଭାବେ ନିଜକୁ…

Read More