Author: Purva Paksha

ୱାକଫ୍‍ ବିଲ୍‍ ବିବାଦକୁ ନେଇ ଗତକାଲି ପ୍ରଭାତ ତ୍ରିପାଠୀଙ୍କୁ ନେଇ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ ପରେ ଆଜି ସେ ପ୍ରତିଆକ୍ରମଣ କରିଛନ୍ତି। ପ୍ରଭାତ ତ୍ରିପାଠୀ ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ ପଚାରି ବିଜେଡିର ଅନ୍ତର୍ଦ୍ୱନ୍ଦ୍ୱକୁ ଆହୁରି ପଦାରେ ପକାଇଛନ୍ତି। ସେ କହିଛନ୍ତି ଓ୍ୱାକଫ୍‍ ସଂଶୋଧନ ବିଧେୟକ ଆଲୋଚନାବେଳେ ବିଜେଡି ରାଜନୀତିକ ପ୍ରତିବଦ୍ଧତାରୁ ଓହରିଥିଲା। ‘ବିବେକାନୁମୋଦିତ’ ଭୋଟ୍‍ କଥା କହି କାହିଁକି ଦଳ ଏପରି ଆଭିମୁଖ୍ୟ ନେଲା ଏବଂ ଏହା ପଛରେ କିଏ ନିର୍ଦ୍ଦେଶ ଦେଇଛନ୍ତି ତାହା ସ୍ପଷ୍ଟ କରିବାକୁ ନବୀନଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଭାତ। ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ କହିଛନ୍ତି, ଗତକାଲି ଯାଏ ସେ ବିଜେଡିର ସଦସ୍ୟ ଥିଲେ। ୨୦୨୪ ନିର୍ବାଚନ ସମୟରେ ସେ ଦଳର ପ୍ରଚାର କରିଥିଲେ। କଟକର ବିଭିନ୍ନ ସଭାସମିତିରେ ସେ ଜଣେ ସାଧାରଣ କର୍ମୀଭାବେ ଯୋଗ ଦେଇଛନ୍ତି। ତାଙ୍କ ଉପରୁ ଦଳ ୨୦୧୭ ମସିହା ନଭେମ୍ବର ୧୦ତାରିଖରେ ନିଲମ୍ବନ ଆଦେଶ ପ୍ରତ୍ୟାହାର…

Read More