Author: Purva Paksha

ବିଜେଡି ଘରେ କୁମ୍ଭୀର କିଏ?  ଏ ପ୍ରଶ୍ନର ଉତ୍ତର ଖୋଜିବା ଉଭୟ ରାଜନେତା ଓ ରାଜନୀତିକ ସମୀକ୍ଷକଙ୍କ ପାଇଁ ବଡ଼ ଜଟିଳ ବ୍ୟାପାର ହୋଇଛି। ଏହାକୁ ନେଇ ଖୋଦ୍‍ ବିଜେଡି ମୁଖିଆଙ୍କ ଆଡ଼କୁ କେହି କେହି ବି ଅଙ୍ଗୁଳି ନିର୍ଦ୍ଦେଶ କଲେଣି। ଆଉ ନେତାମାନେ ଚାପା ଗଳାରେ କହୁଛନ୍ତି- ଯାହାକୁ ନେଇ ଦଳ ଗଢ଼ା ହେଲା ତାକୁ ନେଇ ଡୁବିବ ମଧ୍ୟ। ଯଦି ଏହା ସତ୍ୟ ହୁଏ ତେବେ ରାଜ୍ୟରେ ଅଣ କଂଗ୍ରେସ ରାଜନୀତିକୁ ଏହା ଏକ କୁଠାରଘାତ ହୋଇପାରେ। କିନ୍ତୁ ଏ ପ୍ରଶ୍ନ ଉଠୁଛି କାହିଁକି? ପ୍ରଚ୍ଛଦପଟ୍ଟରେ ସଭାପତିଙ୍କୁ ଭେଟୁଥିବା ନେତାଏଁ ଯାହା ସବୁ କଥା ପ୍ରସାର କରୁଛନ୍ତି ତାହାକୁ ଗମ୍ଭୀରତାର ସହ ବିଚାର କରିଲେ ଏ ପ୍ରଶ୍ନ ଛଡ଼ା ଆଉକିଛି ବିକଳ୍ପ ବି ନାହିଁ। ବିଜେଡି ଗଠନ ହେବା ଦିନଠାରୁ କେହି କେବେ ସଭାପତି ନବୀନ ପଟ୍ଟନାୟକଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିନାହାନ୍ତି। ଅତୀତରେ କେତେବେଳେ କିଏ ଯଦି…

Read More