Author: Purva Paksha

ଦ୍ୱାପର ଯୁଗର କଥା। ସେ ସମୟରେ ହୋଇଥିବା ମହାଭାରତ ଯୁଦ୍ଧର ମୁଖ୍ୟ ଖଳନାୟକ ଚୁପ୍‍ ସଇତାନ ଧ୍ରୁତରାଷ୍ଟ୍ରଙ୍କ କାଣ୍ଡକାରଖାନା ଭଳି ସାମଞ୍ଜସ୍ୟ ଥିବା ଘଟଣା ବର୍ତ୍ତମାନ ଆମ ରାଜ୍ୟରେ ଦେଖିବାକୁ ମିଳିଛି। ସେତେବେଳେ ଧ୍ରୁତରାଷ୍ଟ୍ର ଯେମିତି ଦୁର୍ଯ୍ୟୋଧନଙ୍କ ଅନ୍ୟାୟକୁ ନୀରବ ସମର୍ଥନ କରିବା ସହିତ ନ୍ୟାୟରେ ଥିବା ପାଣ୍ଡବମାନଙ୍କ ଉପରେ ଲଦି ଦେଇଥିଲେ ସେହିଭଳି ଓଡ଼ିଶାରେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଧ୍ରୁତରାଷ୍ଟ୍ର ଭୂମିକାକୁ ଆସିଯାଇଛନ୍ତି। ନବୀନଙ୍କ ଏକମାତ୍ର ପଟ୍ଟଶିଷ୍ୟ ବୋଲି ନିଜକୁ ଘୋଷଣା କରିଥିବା ପୂର୍ବତନ ଆଇଏସଏସ ଅଧିକାରୀ ଥିବା ସରକାରଙ୍କ କର୍ମଚାରୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଦୁର୍ଯ୍ୟୋଧନଙ୍କ ଭଳି ନିଜକୁ ସର୍ବେସର୍ବା ଘୋଷଣା କରିବା ପାଇଁ ବିଜେଡିକୁ କ୍ଷମତାଚ୍ୟୁତ କରିବା ସହିତ ରାଜ୍ୟର ଅନେକ କ୍ଷତି ସାଧନ କରିଛନ୍ତି। ଦୁର୍ଯ୍ୟୋଧନ ଯେଭଳି ଦ୍ରୌପଦୀଙ୍କ ବସ୍ତ୍ରହରଣ କରି ପାଣ୍ଡବମାନଙ୍କୁ ବନବାସକୁ ପଠାଇଲା ଭଳି ପାଣ୍ଡିଆନ ବିଜେଡିର ଅନେକ ବରିଷ୍ଠ ନେତାମାନଙ୍କୁ ଅପମାନିତ କରି ସେମାନଙ୍କୁ ରାଜନୈତିକ ବନବାସକୁ…

Read More