Author: Purva Paksha

ନବେ ଦଶକର ଓଡ଼ିଆ ସିନେମା ‘ପରଦେଶୀ ଚଢ଼େଇ’ର ସେଇ ଗୀତଟି ଆଜି କାହିଁକି ମନେପଡ଼ୁଛି। ବିଦେଶୀ ଭାଉଜଙ୍କୁ ଭାଷା ଶିଖାଉଥିବା ନଣନ୍ଦର ଗୀତ ଓ ଗୀତର ଛନ୍ଦ ଏବେକାର ରାଜନୀତିକ ପରିବେଶକୁ ବେଶ୍‍ ଖାପ୍‍ ଖୁଆଉଥିବା ପରି ମନେହୁଏ। ଓଡ଼ିଆ କ୍ଲାସିକ୍‍ ସିନେମାରେ ଯଦି ଆପଣ ରୁଚି ରଖୁଥାଆନ୍ତି ତେବେ ମୁଁ କହୁଥିବା ଗୀତଟି ବାବଦରେ ଆପଣ ଠଉରେଇ ପାରୁଥିବେ। ଗୀତଟି ଏମିତି ଥିଲା-  ‘ହରିଣ ନ ଦିଏ ଧରା.. ଦଉଡ଼ ନା ବଡ଼ ଖରା..’ ଶିଖିବାକୁ ହେଲେ ମୋ ସାଥେ କୁହ ଆଗେ ଖରା, ତରା ଧରା…। ଓଡ଼ିଶାର ପ୍ରମୁଖ ଆଞ୍ଚଳିକ ଦଳ ବିଜେଡିରେ କିଛି ନେତା ଯେମିତି ଦଉଡ଼ୁଛନ୍ତି ଏବଂ ଯେଉଁପରିଭାବେ ତାଙ୍କ କଥା ଶୁଣିବାକୁ କେହିବି ଆସୁ ନାହାନ୍ତି। ଏହାକୁ ଦେଖିଲେ ଏ ଗୀତଟି ବେଶ୍‍ ଖାପ ଖାଉଛି। ସେତେବେଳେ ମୁଣ୍ଡ ଉପରେ ପ୍ରଚଣ୍ଡ ଖରା ଯୋଗୁ ଗୀତିକାର କ୍ଷୀପ୍ର ଗତିରେ ନ ଦଉଡ଼ିବାକୁ କହୁଥିଲେ। ଆଜି…

Read More