Author: Purva Paksha

ରାଜ୍ୟରେ ମୋହନ ସରକାର ଗଠନ ହେବ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମନରେ ସମ୍ଭବତଃ ଗୋଟିଏ ଭୁଲ ଧାରଣା ଥିଲା। ତାହା ହେଲା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୟାରୁ ସେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେଥିପାଇଁ ସେ ଧର୍ମେନ୍ଦ୍ରଙ୍କ ବୋଲକରା ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଥିଲା। କିନ୍ତୁ ଏ ସ୍ଥିତି ବେଶି ଦିନ ରହିଲା ନାହିଁ। ମୁଖ୍ୟମନ୍ତ୍ରୀ ମୋହନଙ୍କ ମନରୁ ଧର୍ମେନ୍ଦ୍ରଙ୍କ ମାୟାଜାଲ ଅପସରିଗଲା। ସରକାର ଉପରେ ଧର୍ମେନ୍ଦ୍ରଙ୍କ ପ୍ରଭାବ ହ୍ରାସ ପାଇଥିବାବେଳେ ଏବେ କିଏ ଏ ସ୍ଥାନ ପୂରଣ କରିଛନ୍ତି ଆସନ୍ତୁ ତାହା ଜାଣିବା। ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ପ୍ରଥମ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ହେବାକୁ ଯାଉଥିବାବେଳେ ରାଜ୍ୟ ବ୍ୟାପାରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଭାବ ହ୍ରାସ ପାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ସମୀର ମହାନ୍ତି, ଗୋଲକ ମହାପାତ୍ର, ଠାକୁର ରଣଜିତ ଦାସଙ୍କ ଭଳି ନେତାଙ୍କୁ ନେଇ ଶ୍ରୀ…

Read More