Author: Purva Paksha

ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣା ଅନେକ ଗୋପନ କଥା ଉଗାଳିବାରେ ଲାଗିଛି। ଏନଆଇଏ ମୁଖ୍ୟାଳୟରେ ତାକୁ ଜୋରଦାର ଜେରା କରାଯାଉଛି। ଆତଙ୍କବାଦୀ ତହବୁର ରାଣା ସମ୍ପର୍କରେ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏବେ ତଦନ୍ତ ଏଜେନ୍ସିଗୁଡ଼ିକର ନଜର ସେହି ରହସ୍ୟମୟୀ ଝିଅ ଉପରେ ରହିଛି, ଯିଏ ଛାୟା ପରି ତହବୁର ରାଣା ସହ ଭାରତରେ ବୁଲୁଥିଲା। ଉତ୍ତରପ୍ରଦେଶର ଆଗ୍ରା ଓ ହାପୁଡ଼ରେ ତହବୁର ରାଣା ଯେଉଁ ରହସ୍ୟମୟୀ ଝିଅ ସହ ଦେଖାଯାଇଥିଲା, ସେ କିଏ ଥିଲା? ଏହାର ଉତ୍ତର ଖୋଜିବାରେ ଏନଆଇଏ ଲାଗିପଡ଼ିଛି। ଏନଆଇଏ ତହବୁରଠାରୁ ଏହାର ସତ୍ୟତା ଜାଣିବାକୁ ଚାହୁଁଛି। ଆତଙ୍କବାଦୀ ତହବୁର ରାଣା ଉତ୍ତରପ୍ରଦେଶର ହାପୁଡ଼, ଆଗ୍ରା ଓ ଦିଲ୍ଲୀର ଏକ ନିର୍ଦ୍ଦିଷ୍ଟ ସ୍ଥାନ ବିଷୟରେ ଜେରା କରାଯିବ। ପ୍ରଶ୍ନ ହେଉଛି, ସେହି ରହସ୍ୟମୟୀ ଝିଅ ବା ସନ୍ଦିଗ୍ଧ ମହିଳା କିଏ ଥିଲା? ତହବୁର ରାଣା ଯେତେବେଳେ ଦିଲ୍ଲୀ, ହାପୁଡ଼ ଓ ଆଗ୍ରା ଗସ୍ତ…

Read More