Author: Purva Paksha

ସୋସିଆଲ ମିଡିଆ, ମିଡିଆର ପରିଭାଷା ହିଁ ବଦଳାଇ ଦେଇଛି। ଏବେ ଖବର ସୋସିଆଲ ମିଡିଆରେ ଜନ୍ମ ନେଇ ଆଉ ଗୋଟିଏ ଭାଇରାଲ ଖବର ଆସିବା ପର୍ଯ୍ୟନ୍ତ ଜୀବିତ ରହୁଛି। ଓଡ଼ିଶା ରାଜନୀତିରେ ଯେବେଠାରୁ ପାଣ୍ଡିଆନ୍ ପାର୍ଟ୍ ଟୁ ପର୍ବ ଆରମ୍ଭ ହୋଇଛି ସେବେଠାରୁ ସୋସିଆଲ ମିଡ଼ିଆରେ ଖଟି ମଧ୍ୟ ଜୋର ଧରିଛି। ପ୍ରେସ୍‍ ରିଲିଜକୁ ବ୍ରେକିଂ ଧରିନେଇଥିବା ଓଡ଼ିଆ ମିଡିଆର ଧୁରନ୍ଧରମାନେ, ଯେଉଁମାନେ ଗତ ୨୪ ବର୍ଷ ମଧ୍ୟରେ ନବୀନଙ୍କୁ ଛାଡ଼ନ୍ତୁ ତାଙ୍କ ଛାଇକୁ ମଧ୍ୟ ଧରି ପାରିନଥିବା ବ୍ୟକ୍ତି ସବୁ ଥିଲେ ନବୀନଙ୍କ ସ୍ୱଂୟଭୁ ପ୍ରବକ୍ତା। ନିଜ ନିଜ ଏଜେଣ୍ଡାରେ ଚାଲୁଥିବା ଏହି ଧୁରନ୍ଧର, ପ୍ରବୀଣ ଓ ଆପେ ଆପେ ନିରପେକ୍ଷ ସାମ୍ବାଦିକମାନେ ଦୁଇ ପଟର ପ୍ରଚାରକ। କିନ୍ତୁ ଏମାନେ ନିଜକୁ ସତ୍ୟର ଅନ୍ୱେଷଣକାରୀ କହିବାରେ ଲଜ୍ଜା ଅନୁଭବ କରନ୍ତି ନାହିଁ। ଦୁଇପକ୍ଷ ମଧ୍ୟରେ ଚାଲିଥିବା ଲଢ଼େଇରେ ଦୁଇ ତିନିଜଣ କଥାକୁହା କପିଳା ଗୋଟିଏ ନୂଆ ଶବ୍ଦ ସୃଷ୍ଟି କରିଛନ୍ତି।…

Read More