Author: Purva Paksha

ଲାଲକିଲା ଉପରେ ଦାବି କରି ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିବା ଜଣେ ମହିଳାଙ୍କ ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଦେଇଛନ୍ତି। ସୁଲତାନା ବେଗମ ନାମକ ଏହି ମହିଳା ନିଜକୁ ମୋଗଲ ବାଦଶାହ ବାହାଦୁର ଶାହ ଜାଫରଙ୍କର ବଂଶଧର ବୋଲି ଦାବି କରି ଲାଲକିଲ୍ଲା ଉପରେ ଅଧିକାର ଦାବି କରିଥିଲେ। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସଞ୍ଜୀବ ଖାନ୍ନା ଏବଂ ବିଚାରପତି ପିଭି ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ଏହି ଆବେଦନକୁ ସମ୍ପୂର୍ଣ୍ଣ ଭୁଲ ବୋଲି କହି ଖାରଜ କରିଦେଇଛନ୍ତି ଏବଂ କହିଛନ୍ତି, “କେବଳ ଲାଲ କିଲ୍ଲା କାହିଁକି? ଫତେହପୁର ସିକ୍ରି କାହିଁକି ନୁହେଁ? ତାଜମହଲ କାହିଁକି ନୁହେଁ ,ସେଗୁଡ଼ିକୁ ମଧ୍ୟ କାହିଁକି ଛାଡ଼ି ଦିଆଯିବ? ଏହି ଅବେଦନ ସମ୍ପୂର୍ଣ୍ଣ ଭୁଲD ତେଣୁ ଖାରଜ କରାଯାଉଛି।’’ ଲାଲକିଲ୍ଲା ୧୭ଶ ଶତାବ୍ଦୀର ଏକ ମୋଗଲକାଳୀନ ଦୁର୍ଗ। ଏହା ଦିଲ୍ଲୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ସ୍ଥାପତ୍ୟ ମଧ୍ୟରେ ଗୋଟିଏ। ଏହି ଦୁର୍ଗକୁ ବାହାଦୁର ଶାହ ଜାଫର ଦ୍ୱିତୀୟଙ୍କର…

Read More