Author: Purva Paksha

KiiT and KiiS: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜିର ଠିକ୍ ନିକଟରେ ଅବସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସେସ୍‍ (କିସ୍‍)ରେ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଜେଲ ଭଳି ପରିବେଶରେ ରଖାଯାଇଛି। ଏ ସମ୍ପର୍କରେ ଇଂରାଜୀ ୱେବ୍‍ ପୋର୍ଟାଲ ‘ଦି ପ୍ରିଣ୍ଟ୍‍’ରେ ବିସ୍ତୁତ ଭାବରେ ବର୍ଣ୍ଣନା କରାଯାଇଛି। ତାହାକୁ ଅବିକଳ ଏଠାରେ ପ୍ରକାଶ କରିବାକୁ ଆମେ ଚେଷ୍ଠା କରିଛୁ। ଆଶା କରୁଛୁ ଆପଣମାନେ ଏହାକୁ ପସନ୍ଦ କରିବେ। କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସର ଜଣେ ୧୬ ବର୍ଷୀୟ ଆଦିବାସୀ ଛାତ୍ର ଦୁଇବର୍ଷ ତଳେ ହଷ୍ଟେଲର ଅନ୍ଧାର, ଅନ୍ଧାର କୋଠରୀରେ ଘଟିଥିବା ସେହି ଦିନକୁ ମନେ ପକାଉଛନ୍ତି। ଅନ୍ୟ ୩ଜଣ ବାଳକଙ୍କ ସହ ତାଙ୍କୁ ୪ ଜଣ ଶିକ୍ଷକ ଷ୍ଟୋର ରୁମ୍ ଭିତରକୁ ଟାଣି ଆଣି ପାଣି ପାଇପରେ ନିର୍ଦ୍ଧୁମ ମାଡ଼ ମାରିବା ସହ ବିଦା କରିଦେଇଥିଲେ। ନିୟମ ଭାଙ୍ଗିବାକୁ ଚେଷ୍ଟା କରିଥିବାରୁ ଏହା ତାଙ୍କର ‘ଦଣ୍ଡ’ ବୋଲି ସେ ଦାବି…

Read More