Author: Purva Paksha

ରାଜସ୍ଥାନର କୋଟାରେ ଦୁଇଜଣ ନିଟ୍ ପରୀକ୍ଷାର୍ଥୀ ଏବଂ ପଞ୍ଜାବର ମୋହାଲିସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟର ଫରେନସିକ୍ ସାଇନ୍ସ ଛାତ୍ରଙ୍କ ସମେତ ତିନିଜଣ ଯୁବ ଛାତ୍ରଙ୍କ ଦୁଃଖଦ ମୃତ୍ୟୁ ଏକ ବ୍ୟବସ୍ଥାଗତ ବିଫଳତାକୁ ଦର୍ଶାଉଛି। ଏହିଭଳି ଘଟଣାକୁ ଭାରତ ବିପଦ ତାଲିକାରେ ଗଣତି କରୁନାହିଁ ଓ ସମସ୍ତେ ଏହାକୁ ଅଣଦେଖା କରି ଚାଲିଛନ୍ତି। କୋଟାରେ ଚଳିତ ବର୍ଷ ୧୪ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି ନିଟ୍-ୟୁଜି ପରୀକ୍ଷା ପୂର୍ବରୁ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟନା ଦର୍ଶାଉଛି ଯେ ନିରନ୍ତର ଶିକ୍ଷାଗତ ଚାପ, ମାନସିକ ସ୍ୱାସ୍ଥ୍ୟ ଅବହେଳା ଏବଂ ଅବାସ୍ତବ ଆଶା ଅନେକଙ୍କ ପାଇଁ ଏକ ମାରାତ୍ମକ ମିଶ୍ରଣ ସୃଷ୍ଟି କରିଛି। କୋଚିଂ ହବ୍ କୁହାଯାଉଥିବା କୋଟାରେ ଚଳିତ ବର୍ଷ ୧୪ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି। ବାରମ୍ବାର ଚେତାବନୀ ସତ୍ତ୍ୱେ ଉଚ୍ଚ ସ୍ତରୀୟ ପରୀକ୍ଷା, ବିଷାକ୍ତ ପ୍ରତିଯୋଗିତା, ଅନିୟନ୍ତ୍ରିତ ପ୍ରଶିକ୍ଷଣ ଅଭ୍ୟାସ ଏବଂ ‘ନିଶ୍ଚିତ ସଫଳତା’ର ବୋଝ ଭଳି ଢାଞ୍ଚାଗତ ଚାପର ସମାଧାନ…

Read More