Author: Purva Paksha

ମେ ୩ ତାରିଖ ଥିଲା ଭାରତୀୟ ରେଳବାଇ ପାଇଁ ମୁଣ୍ଡବିନ୍ଧାର ଦିନ। ସେହିଦିନ ଦିଲ୍ଲୀରୁ ଗୋଣ୍ଡୱାନ ଏକ୍‍ସପ୍ରେସରେ ଜବଲପୁର ଯାଉଥିବା ଜଣେ କେନ୍ଦ୍ରମନ୍ତ୍ରୀ ତିନିଘଣ୍ଟା ପାଇଁ ଗାଏବ ହୋଇଯାଇଥିଲେ। ଏହି ଖବର ଦିଲ୍ଲୀରେ କମ୍ପନ ସୃଷ୍ଟି କରିଥିଲା। ରେଳବାଇ ମୁଖ୍ୟାଳୟଠାରୁ ସ୍ଥାନୀୟ ଷ୍ଟେସନ ସବୁଠାରେ ହଇଚଇ ସୃଷ୍ଟି ହୋଇଥିଲା। ଯୁଦ୍ଧକାଳୀନ ଭିତରେ ଖୋଜାଖୋଜି ପରେ ମନ୍ତ୍ରୀଙ୍କୁ ଆଉ ଗୋଟିଏ ଷ୍ଟେସନରୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର କାଳରେ ମନ୍ତ୍ରୀଙ୍କ ହାତ ଓ ଗୋଡ଼ରେ ଆଘାତ ଲାଗିଥିବା ଜଣା ପଡ଼ିଥିଲା। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ତିନିଘଣ୍ଟା ପାଇଁ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ନିଖୋଜ ହୋଇଯାଇଥିଲେ। ଶନିବାର ରାତିରେ ଘଟିଥିବା ଏହି ଘଟଣା ଭାରତୀୟ ରେଳବାଇକୁ ଚିନ୍ତାରେ ପକାଇଥିଲା। ରବିବାର ସକାଳେ ଦାମୋହରେ ଓରାମ ତାଙ୍କ ସିଟରେ ନ ଥିବା ଜଣାପଡ଼ିବା ପରେ ରେଳବାଇ ପୋଲିସ ତୁରନ୍ତ ଖୋଜାଖୋଜି ଅଭିଯାନ ଆରମ୍ଭ କରିଥିଲା। ୩ ଘଣ୍ଟା ପରେ ତାଙ୍କୁ ସିହୋରା ଷ୍ଟେସନରୁ…

Read More