Author: Purva Paksha

ପାକିସ୍ତାନ ସହ ଯୁଦ୍ଧ କିଛି ନୂଆ କଥା ନୁହେଁ। ଜନ୍ମ ହେବା ଦିନଠାରୁ ପାକିସ୍ତାନ ଭାରତ ସହ ଯୁଦ୍ଧ କରି ଆସୁଛି। ପାକିସ୍ତାନ ସବୁବେଳେ ଭାରତକୁ ଉସ୍‍କାଉଛି, ଆକ୍ରମଣ କରୁଛି, ପ୍ରତି ଆକ୍ରମଣ ପରେ ନରମୁଛି। ଏଥର ବି ସେଇ ସ୍ଥିତି ହୋଇଛି, କିନ୍ତୁ ସ୍ଥାନ, କାଳ, ପାତ୍ର ବଦଳିଛି। ଏଥର ଭାରତ ସିଧାସଳଖ ଆତଙ୍କୀଙ୍କ ଶିବର ଉପରେ ଆକ୍ରମଣ କରିଛି। ଧାର୍ମିକ ସ୍ଥଳର ଆଢ଼ୁଆଳରେ ଥିଲେବି ତାହାକୁ ଭ୍ରୁକ୍ଷେପ କରିନାହିଁ ଭାରତ। ଖାଲି ସେତିକି ନୁହେଁ ଏଥର ଭାରତର ସମସ୍ତ ରାଜନୀତିକ ଦଳ ସବୁ ବିରୋଧକୁ ପଛରେ ପକାଇ ସରକାରଙ୍କୁ ସମର୍ଥନ କରିଛନ୍ତି। ଯାହା ଭାରତର ନେତୃତ୍ୱ ଓ ଏକତାକୁ ସ୍ପଷ୍ଟ କରୁଛି। ଏହାହିଁ ଭାରତୀୟ ଗଣତନ୍ତ୍ରର ସୌନ୍ଦର୍ଯ୍ୟ, ଯାହା ଖୁବ୍‍ କ୍ୱଚିତ୍‍ ଦେଶରେ ଦେଖିବାକୁ ମିଳେ। ସବୁ ଯୁଦ୍ଧ ପରି ଏ ଯୁଦ୍ଧରେ ମଧ୍ୟ ଆମେ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛୁ। ସୋସାଲ୍‍ ମିଡିଆଠାରୁ ଆରମ୍ଭ କରି ସାଇବର…

Read More