Author: Purva Paksha

ଅପରେସନ ସିନ୍ଦୁର ଅନର୍ଗତରେ ଭାରତ ପାକିସ୍ତାନର ୯ ଆତଙ୍କବାଦୀ ଆଡ୍ଡାକୁ ମିସାଇଲ ଓ ଡ୍ରୋନ୍ ଦ୍ୱାରା ଟାର୍ଗେଟ୍ କରିଥିଲା। ଯାହାର ଫଳ ହେଉଛି ଏବେ ଆତଙ୍କର ଅନ୍ତୁଡ଼ିଶାଳରେ ଭୟ ଓ ଆତଙ୍କ। ଆତଙ୍କବାଦୀ ଓ ପାକିସ୍ତାନୀ ସେନା ମଧ୍ୟରେ ସମ୍ପର୍କର ପ୍ରମାଣ ଆତଙ୍କବାଦୀଙ୍କ ଜନାଜାରେ ପାକିସ୍ତାନୀ ସେନା ଅଧିକାରିୀଙ୍କ ଉପସ୍ଥିତିରୁ ଜଣାପଡୁଥିଲା। ଏବେ ମିଳୁଥିବା ଖବର ଅନୁସାରେ ପାକିସ୍ତାନୀ ସେନା ଭାରତ ବିରୋଧୀ ୪ ଜଣ ପ୍ରମ୍ମୁଖ ଆତାଙ୍କବାଦୀ ମୁଖିଆଙ୍କୁ ନିଜ ମୁଖ୍ୟାଳୟରେ ଆଶ୍ରୟ ଦେଇଛି। ସେମାନଙ୍କ ପାଇଁ ସେଫ୍ ହାଉସ୍ ଖୋଜା ନ ଯିବା ପର୍ଯ୍ୟନ୍ତ ସେମାନେ ପାକ୍ ସେନାର ଅତିଥି ହୋଇ ରହିବେ। ଭାରତର ଐତିହାସିକ ଆକ୍ରମଣ ପରେ ପାକିସ୍ତାନରେ ରହୁଥିବା ଆତଙ୍କର ଚାରି ପ୍ରମୁଖ ଚେହେରା ନିଜ ସୁରକ୍ଷାକୁ ନେଇ ବିଚଳିତ ହୋଇଛନ୍ତି। ସେମାନଙ୍କ ସହ ପାକିସ୍ତାନୀ ସେନା ଓ ଗୁପ୍ତଚର ସଂସ୍ଥାକୁ ମଧ୍ୟ ଭୟ ଅଛି ଯେ ବର୍ତ୍ତମାନର ପରିସ୍ଥିତିରେ କୌଣସି ଅଜଣା ବନ୍ଧୁକଧାରୀ ସେମାନଙ୍କୁ…

Read More