Author: Purva Paksha

୭ ମଇ ୨୦୨୫ର ରାତି ପାକିସ୍ତାନ ପାଇଁ ନ ଭୁଲିଲା ଭଳି ରାତି ହୋଇଯାଇଛି। ପାକିସ୍ତାନ ଇତିହାସରେ ଏହି ରାତି କାଳାରାତି ଭାବେ ସବୁଦିନ ପାଇଁ ରହିବ, ଯେଉଁ ରାତିରେ ଭାରତୀୟ ମିସାଇଲ ପାକିସ୍ତାନରେ ଆତଙ୍କ ଉପରେ ମହାକାଳ ହୋଇ ପଡ଼ିଥିଲା। ସେମାନଙ୍କ ଆତଙ୍କବାଦୀ ଠିକଣାଗୁଡ଼ିକୁ ଧ୍ୱଂସ କରିଦେଇଥିଲା। ଭାରତ ଏହି କାର୍ଯ୍ୟାନୁଷ୍ଠାନର ନାମ ଦେଇଛି ‘ଅପରେସନ ସିନ୍ଦୁର’। କାରଣ ସେହି ଆତଙ୍କବାଦୀମାନେ ନବବିବାହିତା ଏବଂ ଅନ୍ୟ ମହିଳାମାନଙ୍କର ମଥାର ସିନ୍ଦୁରକୁ ସେମାନଙ୍କ ଆଖି ସାମ୍ନାରେ ନଷ୍ଟ କରିଦେଇଥିଲେ। ଭାରତ ଓ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ପରେ ଉଭୟ ଦେଶର ସାମରିକ କ୍ଷମତା ଉପରେ ଚର୍ଚ୍ଚା ହେଉଛି। କାରଣ କିଛିଦିନ ପୂର୍ବେ ପାକିସ୍ତାନ ଭାରତକୁ ଧମକ ଦେଇଥିଲା ଯେ ସେମାନେ ପରମାଣୁ ଅସ୍ତ୍ରଶସ୍ତ୍ରକୁ ସଜାଇ ରଖିବା ପାଇଁ ତିଆରି କରିନାହାନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତୁ ଜାଣିବା ଯେ ମିସାଇଲ ଡିଫେନ୍ସ ସିଷ୍ଟମ କ’ଣ ପରମାଣୁ ଆକ୍ରମଣକୁ ମଧ୍ୟ…

Read More