Author: Purva Paksha

ପାକିସ୍ତାନର ଜନ୍ମ ସହିତ ହିଁ ଭାରତ ସହିତ ତା’ର ବିବାଦ ଆରମ୍ଭ ହୋଇଛି। ପାକିସ୍ତାନର ବାରମ୍ବାର ଆକ୍ରମଣ ଓ ଅପକର୍ମ ହେତୁ ଭାରତ ଏପର୍ଯ୍ୟନ୍ତ ଅତି କମରେ ୧୧ଥର ତା’ ବିରୋଧରେ ସାମରିକ ଅଭିୟାନ କରିଛି। ବିଶେଷତଃ ଅପରେସନ ସିନ୍ଦୁର (୨୦୨୫) ପାକିସ୍ତାନକୁ ବିଶ୍ୱବ୍ୟାପୀ ଅପମାନିତ କରିଛି। ପ୍ରତ୍ୟେକ ସାମରିକ ଅଭିଯାନ ଭାରତର ସୈନ୍ୟବାହିନୀର ଶକ୍ତିକୁ ପ୍ରମାଣ କରିଛି ଏବଂ ପାକିସ୍ତାନକୁ ନତମସ୍ତକ ହେବାକୁ ବାଧ୍ୟ କରିଛି। ତଥାପି, ବାରମ୍ବାର ପରାଜୟ ସତ୍ତ୍ୱେ ପାକିସ୍ତାନ ଓ ତା’ର ସେନା କିଛି ନା କିଛି ଏପରି କାର୍ଯ୍ୟ କରୁଛି, ଯାହା ଭାରତକୁ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ କରୁଛି। ନିମ୍ନରେ ଏହି ଅଭିଯାନଗୁଡ଼ିକର ସଂକ୍ଷିପ୍ତ ବିବରଣୀ ଦିଆଯାଇଛି। ୧. ଅପରେସନ ରିଡ଼ଲ (୧୯୬୫) ପ୍ରଥମ ସାମରିକ ଅଭିଯାନ ‘ଅପରେସନ ରିଡ଼ଲ’ ୧୯୬୫ ମସିହାରେ ଆରମ୍ଭ ହୋଇଥିଲା। ପାକିସ୍ତାନ ଜମ୍ମୁ-କାଶ୍ମୀରରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା। ସେମାନେ ‘ଅପରେସନ ଜିବ୍ରାଲ୍ଟାର’ ଓ ‘ଗ୍ରାଣ୍ଡ ସ୍ଲାମ’ ନାମରେ…

Read More