Author: Purva Paksha

ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ବିଜେତା ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ର ବିଜୟ ଉତ୍ସବ ବୁଧବାର ଏକ ବଡ଼ ଦୁର୍ଘଟଣାରେ ପରିଣତ ହୋଇଥିଲା, ଯେତେବେଳେ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ବିଜେତା ଖେଳାଳିମାନଙ୍କୁ ସ୍ୱାଗତ କରିବା ପାଇଁ ଜମା ହୋଇଥିବା ଭିଡ଼ରେ ଦଲଚକଟା ହୋଇଥିଲା। ଏହି ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହା ପୂର୍ବରୁ ମହାକୁମ୍ଭରେ ମଧ୍ୟ ଏକ ସମାନ ଦଲଚକଟାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା। ୨୦୧୫ରେ ସାଉଦି ଆରବରେ ହଜ ଯାତ୍ରା ସମୟରେ ଭିଡ଼ ମଧ୍ୟରେ ଦୁଇ ଗୋଷ୍ଠୀର ସଂଘର୍ଷରେ ୨,୪୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ସେହିପରି ୧୯୮୯ରେ ଇଂଲଣ୍ଡର ହିଲ୍ସବୋରୋ ଫୁଟବଲ ଷ୍ଟାଡିୟମରେ ଏକ ସମାନ ଦୁର୍ଘଟଣାରେ ୧୦୦ ଜଣଙ୍କର ମୃତ୍ୟୁ ହୋଇଥିଲା। ୧୯୭୯ରେ ଆମେରିକାର ଓହାଇଓର ସିନସିନାଟିରେ ‘ଦ ହୁ’ର କନସର୍ଟରେ ପ୍ରବେଶ ପାଇଁ ହୋଇଥିବା ଠେଲାପେଲାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଆସନ୍ତୁ ଜାଣିବା…

Read More