Author: Purva Paksha

କେନ୍ଦ୍ର ସରକାର ଆଗାମୀ ୧୬ ଜୁନ୍‌ରେ ଜନଗଣନା ସମ୍ପର୍କିତ ବିଜ୍ଞପ୍ତି ଜାରି କରିପାରେ। ତେବେ, ତୃଣମୂଳ ସ୍ତରରେ ‘ଜନଗଣନା-୨୦୨୭’ର କାର୍ଯ୍ୟ ୨୦୨୬ରେ ଆରମ୍ଭ ହେବ ଏବଂ ଏଥିରେ ଛଅ ବର୍ଷର ବିଳମ୍ବ ହେବ, ଯାହାର ମୁଖ୍ୟ କାରଣ କୋଭିଡ୍ ମହାମାରୀ ବୋଲି ବିବେଚନା କରାଯାଇପାରେ। କାରଣ, ସେତେବେଳେ ଜନଗଣନା କାର୍ଯ୍ୟ ବନ୍ଦ ହୋଇଥିଲା ଏବଂ ସେବେଠାରୁ ତାହା ଲଟକି ରହିଥିଲା । ଏହି ଜନଗଣନାରେ ରାଜନୈତିକ ଦୃଷ୍ଟିରୁ ଅତି କମରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଝୁଲି ରହିଛି। ପ୍ରଥମତଃ, ଆଇନ ଅନୁଯାୟୀ, ୨୦୨୬ ପରେ ହେବାକୁ ଥିବା ଜନଗଣନାକୁ ଆଧାର କରି ନିର୍ବାଚନ ମଣ୍ଡଳୀଗୁଡ଼ିକର ନୂଆ ସୀମାନିର୍ଦ୍ଧାରଣ (ଡିଲିମିଟେସନ) ହେବାକୁ ଅଛି। କାରଣ, ଦେଶରେ ଜନସଂଖ୍ୟା ଅନୁଯାୟୀ ଜନପ୍ରତିନିଧିଙ୍କ ସଂଖ୍ୟା ବହୁତ କମ୍‌ ଏବଂ ନିର୍ବାଚନ ମଣ୍ଡଳୀଗୁଡ଼ିକର ଜନସଂଖ୍ୟା ଆକଳନରେ ମଧ୍ୟ ବଡ଼ ଅସମାନତା ଦେଖାଦେଉଛି। ଦ୍ୱିତୀୟତଃ, ସଂସଦ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ୩୩% ମହିଳା ସଂରକ୍ଷଣ ବ୍ୟବସ୍ଥା କରିଛି,…

Read More