Author: Purva Paksha

ଭାଙ୍ଗଲା ବନ୍ଧୁତା । ୧୧ ମାସରେ ହିଁ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉଦ୍ୟୋଗପତି ଏଲନ ମସ୍କଙ୍କ ବନ୍ଧୁତା ଭାଙ୍ଗିଯାଇଛି । ବନ୍ଧୁତା ଭାଙ୍ଗିବା ପରେ ଟ୍ରମ୍ପ ଓ ମସ୍କ ପରସ୍ପରଙ୍କୁ ଖୋଲାଖୋଲି ଟଗେର୍ଟ କରୁଛନ୍ତି । ଏହାର ପ୍ରଭାବ ଆମେରିକାର ରାଜନୀତି ଓ ଉଦ୍ୟୋଗ ଉପରେ ମଧ୍ୟ ଦେଖାଯାଉଛି । ମସ୍କଙ୍କ କମ୍ପାନୀ ଟେସଲାର ସେୟାର ୧୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି । ଅନ୍ୟପକ୍ଷରେ ମସ୍କ ମଧ୍ୟ ଟ୍ରମ୍ପଙ୍କୁ ଶିକ୍ଷା ଦେବା ପାଇଁ ଯୋଜନା ଉପରେ କାମ କରୁଛନ୍ତି । ଏହା ପ୍ରଥମ ଥର ନୁହେଁ ଯେ ଡୋନାଲ୍ଡ ଟ୍ରମ୍ପଙ୍କର କୌଣସି ବନ୍ଧୁ ତାଙ୍କର ଶତ୍ରୁ ହୋଇଛନ୍ତି। ଟ୍ରମ୍ପ ରାଜନୀତିକୁ ଆସିବା ପରେ ଅତି କମରେ ୫ ଜଣ ବନ୍ଧୁ ଖୋଲାଖୋଲି ଭାବେ ତାଙ୍କର ଶତ୍ରୁ ହୋଇଛନ୍ତି । ଜଣେ ବନ୍ଧୁଙ୍କୁ ତ ଟ୍ରମ୍ପ ହ୍ୱାଇଟ ହାଉସରୁ ଧକ୍କା ମାରି ବାହାର କରିଥିଲେ। ମାଇକେଲ କୋହେନ: ଟ୍ରମ୍ପ…

Read More