Author: Purva Paksha

ଭାରତରେ ପାରଲେ-ଜି ବିସ୍କୁଟ୍ ଶସ୍ତା ମୁଲ୍ୟ ପାଇଁ ପରିଚିତ। ଏହା ଚା’ ସହିତ ଖାଇବା ପାଇଁ ସବୁଠାରୁ ପସନ୍ଦୀୟ ବିସ୍କୁଟ୍ ମଧ୍ୟରୁ ଗୋଟିଏ, ଯାହା ପ୍ରାୟ ପ୍ରତ୍ୟେକ ଭାରତୀୟ ପରିବାର ସହ ପରିଚିତ। କିନ୍ତୁ, ଯୁଦ୍ଧରେ ଧ୍ୱଂସ ହୋଇଯାଇଥିବା ଗାଜା ଷ୍ଟ୍ରିପ୍‌ରେ ଏହି ପ୍ରତିଷ୍ଠିତ ଭାରତୀୟ ବିସ୍କୁଟ୍ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛି, ଆଉ ତାହା ହେଉଛି ଏକ ବିଳାସପୂର୍ଣ୍ଣ ଜିନିଷ। ହଁ, ଗାଜା ଷ୍ଟ୍ରିପ୍‌ରେ ଭାରତରେ ୫ ଟଙ୍କାରେ ବିକ୍ରି ହେଉଥିବା ପାରଲେ-ଜି ବିସ୍କୁଟ୍ ୨୩୦୦ ଟଙ୍କାରେ ବିକ୍ରି ହେଉଛି। ଏହାକୁ ଦୁର୍ଭିକ୍ଷର ଦ୍ୱାରଦେଶରେ ଥିବା ଗାଜା ଷ୍ଟ୍ରିପ୍‌ର ଜନସାଧାରଣଙ୍କ ପାଇଁ ନିରାଶାର ପ୍ରତୀକ ବୋଲି ବିବେଚନା କରାଯାଉଛି। ଗାଜାରେ ପରିସ୍ଥିତି ନିୟନ୍ତ୍ରଣ ବାହାରେ ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ପାର୍ଲେ-ଜିର ନୂଆ ମୂଲ୍ୟର ଖୁଲାସା ଗାଜାରେ ରହୁଥିବା ଜଣେ ଫିଲିସ୍ତିନୀ ମୋହମ୍ମଦ ଜାୱାଦଙ୍କ ଭାଇରାଲ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ହୋଇଛି। ଏହି ପୋଷ୍ଟ ମାଧ୍ୟମରେ…

Read More