Author: Purva Paksha

ଖାକସାରମାନଙ୍କ ହାତରେ କୋଦାଳ ଥିଲା ଏବଂ ସେମାନଙ୍କର ଲକ୍ଷ୍ୟ ଥିଲେ କାଏଦ-ଏ-ଆଜମ ଜିନ୍ନା । ଲର୍ଡ ମାଉଣ୍ଟବେଟନଙ୍କର ବିଭାଜନ ଯୋଜନାକୁ ଜିନ୍ନା ମଞ୍ଜୁରୀ ଦେଇସାରିଥିଲେ। ଦିଲ୍ଲୀର ହୋଟେଲ ଇମ୍ପେରିଆଲରେ ମୁସଲିମ ଲୀଗର ନ୍ୟାସନାଲ କାଉନସିଲ ଏହା ଉପରେ ମୋହର ଲଗାଇବା ପାଇଁ ଏକତ୍ରିତ ହୋଇଥିଲେ। ଅନ୍ୟପଟେ, କ୍ରୋଧିତ ଖାକସାରମାନେ ଜିନ୍ନାଙ୍କ ବିରୋଧରେ ବିଶ୍ୱାସଘାତକତାର ଅଭିଯୋଗ ଆଣି ତାଙ୍କୁ ହତ୍ୟା କରିବା ପାଇଁ ରାସ୍ତାକୁ ଓହ୍ଲାଇ ଥିଲେ। ଖାକସାର ଓ ମୁସଲିମ ଲୀଗର ନ୍ୟାସନାଲ ଗାର୍ଡମାନଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ପୁଲିସକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡିଥିଲା। ଡଜନ ଡଜନ ଖାକସାରଙ୍କୁ ଗିରଫ କରିବା ପରେ ହିଁ ହଙ୍ଗାମା ଶାନ୍ତ ହୋଇଥିଲା। ୧୯୪୭ ମସିହା ଜୁନ ୩ ତାରିଖରେ ମାଉଣ୍ଟବେଟନ ଯୋଜନାକୁ ମଞ୍ଜୁରୀ ଦେବାରେ ଜିନ୍ନା ବହୁତ ବାହନାବାଜି କରିଥିଲେ। ବାସ୍ତବରେ, ସେ ଏକ ଖଣ୍ଡିତ ପାକିସ୍ତାନକୁ ଗ୍ରହଣ କରିବାରେ ଦ୍ୱିଧାବୋଧ କରୁଥିଲେ, ଯେଉଁଥିରେ ପଞ୍ଜାବ ଓ ବଙ୍ଗଳାର ବିଭାଜନ…

Read More