Author: Purva Paksha

ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ଆନୁଷ୍ଠାନିକ ଭାବେ ୨୬ ଡିସେମ୍ବର, ୧୯୨୫ରେ କାନପୁରରେ ଗଠିତ ହୋଇଥିଲା। ୨୦୨୫ରେ ଏହାର ଶତବାର୍ଷିକୀ ପାଳନ କରାଯାଉଛି। ସିପିଆଇ ବିଚାରଧାରା ମାର୍କସବାଦ-ଲେନିନବାଦରେ ନିହିତ।ଏହି ବିଚାରଧାରା ଦଶନ୍ଧି ଦଶନ୍ଧି ଧରି ଭାରତୀୟ ପ୍ରସଙ୍ଗ ସହିତ ଖାପ ଖୁଆଇ ଚାଲିଛି। ଉଭୟ ଐତିହାସିକ ଏବଂ ସମସାମୟିକ ଦିଗ ପ୍ରତି ଦୃଷ୍ଟି ଦେଇ ସିପିଆଇ ବିଚାରଧାରାର ମୂଳ, ଏହାର ବିବର୍ତ୍ତନ ଏବଂ ଆଜି ଏହା କେଉଁଠାରେ ଛିଡ଼ା ହୋଇଛି ତାହାର ଏକ ଆକଳନ କରାଯାଇପାରେ। ସିପିଆଇର ଚିନ୍ତା ଓ ବିଚାର ମାର୍କ୍ସବାଦୀ-ଲେନିନ୍ବାଦୀ ନୀତି ଉପରେ ଆଧାରିତ। ଦଳ ମୂଳରୁ ହିଁ ଏହା ଉପରେ ଗୁରୁତ୍ୱ ଦେଇଆସିଛି। ଶ୍ରେଣୀ ସଂଘର୍ଷ ସେଥି ମଧ୍ୟରୁ ଅନ୍ୟତମ। ବାମପନ୍ଥୀ ବିଚାରଧାରାର ବିଶ୍ୱାସ ହେଉଛି ଯେ ସମାଜଟି ମୁଖ୍ୟତଃ ଦୁଇଟି ଶ୍ରେଣୀରେ ବିଭକ୍ତ : ଶ୍ରମିକ ବର୍ଗ/ଶ୍ରମିକଶ୍ରେଣୀ ଏବଂ ବୁର୍ଜୁଆ/ପୁଞ୍ଜିପତି। ଏବଂ ,ଇତିହାସ ଏହି ଦୁଇ ଶ୍ରେଣୀର ସଂଘର୍ଷ ଦେଇ ଅଗ୍ରଗତି କରିଆସିଛି। ସିପିଆଇର ଲକ୍ଷ୍ୟ…

Read More