Author: Purva Paksha

କଂଗ୍ରେସର ପୂର୍ବତନ ସାଂସଦ ତଥା କେନ୍ଦ୍ର ବୈଦେଶିକମନ୍ତ୍ରୀ କେ ନଟବର ସିଂହ ରାଜନୀତିକ ମହଲରେ ଖୁବ୍‍ ଜଣାଶୁଣା। ସେ ୨୦୧୪ରେ ତାଙ୍କ ଆତ୍ମଜୀବନୀ ପ୍ରକାଶ କରିଛନ୍ତି। ଏହାର ଶୀର୍ଷକ ରହିଛି ଓ୍ୱାନ୍‍ ଲାଇଫ୍‍ ଇଜ୍‍ ନଟ୍‍ ଏନଫ୍‍, ଯାହାର ଅର୍ଥ ହେଲା ଗୋଟିଏ ଜୀବନ ଯଥେଷ୍ଟ ନୁହେଁ। ନଟବର ସିଂହଙ୍କ ଆତ୍ମଜୀବନୀ ଧାରାରେ ଆମର ରାଜନେତାମାନେ ଏବେ କହୁଛନ୍ତି ଜୀବନକୁ ଉପଭୋଗ କରିବା ପାଇଁ ଓ୍ୱାନ୍‍ ଓ୍ୱାଇଫ୍‍ ଇଜ୍‍ ନଟ୍‍ ଏନଫ୍‍। ଚଳଚ୍ଚିତ୍ରର ଅଭିନେତା ଓ ଅଭିନେତ୍ରୀମାନେ ଯେପରି ଜୀବନ ସଙ୍ଗୀ ପରିବର୍ତ୍ତନ କରୁଛନ୍ତି ଆମର ରାଜନେତାମାନେ ମଧ୍ୟ ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ବହୁ ବିବାହ ସଂସ୍କୃତିକୁ ଆପଣାଇବାରେ ଲାଗିଛନ୍ତି। ଏହି ବହୁବିବାହ କରିଥିବା ନେତାମାନେ ପ୍ରାୟ ସମସ୍ତ ରାଜନୈତିକ ଦଳରେ ରହିଛନ୍ତି। ପୁରୀର ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କର ଆଉଥରେ ବାହାଘର ହୋଇଛି। ୬୬ ବର୍ଷ ବୟସରେ ପଶ୍ଚିମବଙ୍ଗର ବହୁଚର୍ଚ୍ଚିତ ସାଂସଦ ମହୂଆ ମଇତ୍ରଙ୍କୁ ବିବାହ କରିଛନ୍ତି ପିନାକୀ।…

Read More