Author: Purva Paksha

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପଡୋଶୀ ପାକିସ୍ତାନ ସହିତ ଦେଖାଦେଇଥିବା ଉତ୍ତେଜନାର ମୁକାବିଲା ପାଇଁ ଭାରତରେ ରାଜନୈତିକ ଦଳଗୁଡ଼ିକ ଯେଉଁ ଭଳି ଭାବେ ଏକତା ପ୍ରଦର୍ଶନ କରିଥିଲେ ତାକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଭୂରି ଭୂରି ପ୍ରଶଂସା କରିଛନ୍ତି ଏବଂ ଜାତୀୟ ସୁରକ୍ଷା କ୍ଷେତ୍ରରେ ସରକାରଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ଆହ୍ୱାନ କରିଛନ୍ତି। ଗୁରୁବାର ନାଗପୁରରେ ଏକ ସ୍ୱେଚ୍ଛାସେବକ ତାଲିମ କାର୍ଯ୍ୟକ୍ରମର ସମାପ୍ତିରେ କାର୍ଯ୍ୟକର୍ତ୍ତା ବିକାଶ ବର୍ଗ-୨କୁ ସମ୍ବୋଧିତ କରି ଆରଏସଏସ ମୁଖ୍ୟ କହିଛନ୍ତି, “ଦେଶଭକ୍ତିର ଏହି ପରିବେଶରେ, ସେମାନଙ୍କର ପାରସ୍ପରିକ ପ୍ରତିଦ୍ୱନ୍ଦ୍ୱିତାକୁ ଭୁଲି ପ୍ରତିଯୋଗୀମାନେ ପରସ୍ପରକୁ ସାହାଯ୍ୟ କରୁଛନ୍ତି – ଏହା ପ୍ରକୃତରେ ଏକ ଆଦର୍ଶ ଗଣତନ୍ତ୍ରର ଚିତ୍ର। ଏହା ଭବିଷ୍ୟତରେ ମଧ୍ୟ ଜାରି ରହିବା ଉଚିତ।” ଏହାସହ ଭାଗବତ ସମାଜକୁ ସତର୍କ ରହିବାକୁ ଆହ୍ୱାନ ଦେବା ସହ ଭାରତ ସୁରକ୍ଷା ସମ୍ବନ୍ଧରେ ଅଧିକ ଆତ୍ମନିର୍ଭରଶୀଳ ହେବା ଉଚିତ ବୋଲି ଗୁରୁତ୍ୱାରୋପ କରିଛନ୍ତି। ସେ ସୁରକ୍ଷା…

Read More