Author: Purva Paksha

ଷ୍ଟାରଲିଙ୍କ ହେଉଛି ଆମେରିକୀୟ ଅରବପତି ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସର ଏକ ସେଟେଲାଇଟ ଇଣ୍ଟରନେଟ ସେବା ପ୍ରକଳ୍ପ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱର ସୁଦୂର ଓ ଦୁର୍ଗମ ଅଞ୍ଚଳକୁ ଉଚ୍ଚ ଗତିର ଇଣ୍ଟରନେଟ ସେବା ପହଞ୍ଚାଇବା, ଯେଉଁଠାରେ ଇଣ୍ଟରନେଟର ସୁବିଧା ନାହିଁ। ସାଧାରଣତଃ ଭୂପୃଷ୍ଠରେ ଇଣ୍ଟରନେଟ ଯୋଗାଇବା ପାଇଁ ଫାଇବର ଅପ୍ଟିକ୍ସ କିମ୍ବା ମୋବାଇଲ ଟାୱାର ନେଟୱାର୍କ ଆବଶ୍ୟକ ହୁଏ, କିନ୍ତୁ ଷ୍ଟାରଲିଙ୍କ ଏକ ଭିନ୍ନ ପ୍ରଯୁକ୍ତି ବ୍ୟବହାର କରେ, ଯେଉଁଥିରେ ଏହାର ଆବଶ୍ୟକତା ପଡିବ ନାହିଁ। ଏହା ପୃଥିବୀର ନିମ୍ନ କକ୍ଷରେ (ଲୋ ଆର୍ଥ ଅର୍ବିଟ) ହଜାର ହଜାର ଛୋଟ ସେଟେଲାଇଟର ଏକ ଜାଲ ବିଛାଇ ଇଣ୍ଟରନେଟ ସେବା ଯୋଗାଇଥାଏ। ଷ୍ଟାରଲିଙ୍କ କିପରି କାମ କରେ? ଷ୍ଟାରଲିଙ୍କର ହଜାର ହଜାର ସେଟେଲାଇଟ ପୃଥିବୀଠାରୁ ପ୍ରାୟ ୫୦୦ରୁ ୨୦୦୦ କିଲୋମିଟର ଉଚ୍ଚତାରେ ଘୁରି ବୁଲନ୍ତି। ଉପଭୋକ୍ତାଙ୍କ ଘରେ କିମ୍ବା ଅଫିସରେ ଏକ ଛୋଟ ଡିସ ଆଣ୍ଟେନା ଏବଂ ରାଉଟର ସ୍ଥାପନ…

Read More