Author: Purva Paksha

ପିଏମ୍‌ ଆବାସ ଯୋଜନାରେ ଏବେ ଘର ତିଆରି କରିବା ହେବ ଆହୁରି ସହଜ, ଘର ତିଆରି ପାଇଁ ମାଗଣା ବାଲି ଯୋଗେଇ ଦେବେ ରାଜ୍ୟ ସରକାର। ଘର ତିଆରି ପାଇଁ ୨ ଟ୍ରାକ୍ଟର୍ ବାଲି ଦେବେ ରାଜ୍ୟ ସରକାର ବୋଲି ସୂଚନା ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ । ‘ଏନେଇ ପରମିଟ୍‌ ଇସ୍ୟୁ ହେବ, ଡ୍ରାଫ୍ଟ ପ୍ରସ୍ତୁତ ହୋଇଛି’ ବୋଲି ମନ୍ତ୍ରୀ କହିଛନ୍ତି। ଏହାସହ ନଦୀ ଭିତରୁ ପସି ବାଲି କାଢ଼ିବା ବନ୍ଦ କରାଯିବା ସହ ବାଲି ଉଠାଣ ପାଇଁ ହାଇୱା ବଦଳରେ ଅନ୍ୟ ଗାଡ଼ି ବ୍ୟବହାର ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ହାଇୱା ବ୍ୟବହାର ଦ୍ୱାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ରାସ୍ତା ନଷ୍ଟ ହେଉଛି । କେଉଁ ଗାଡ଼ିରେ ବାଲି ଅଣାଯିବ, କେତେ ଓଜନର ବାଲି ଯିବ ସେସବୁକୁ ନେଇ ନୂଆ ଏସଓପି ଆସିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାସହ ବାଲି ମାଫିଆଙ୍କୁ ଚେତାବନୀ…

Read More