Author: Purva Paksha

ବିଶ୍ୱ ବ୍ୟାଙ୍କ୍ ରିପୋର୍ଟ କଲା ଖୁସି, ଭାରତରେ ଦ୍ରୁତଗତିରେ କମୁଛି ଦାରିଦ୍ର୍ୟ ହାର। ମୋଦି ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷପ ଐତିହାସିକ ସଫଳତାରେ ପରିଗଣିତ ହୋଇଛି, ଭାରତ ଗତ ଦଶନ୍ଧିରେ ଏହାର ଚରମ ଦାରିଦ୍ର୍ୟ ହାର ହ୍ରାସ କରିବାରେ ଉଲ୍ଲେଖନୀୟ ଅଗ୍ରଗତି କରିଛି,ଭାରତରେ ଦ୍ରୁତଗତିରେ କମୁଛି ‘ଅତ୍ୟନ୍ତ ଦାରିଦ୍ର୍ୟ’ହାର । ୨୦୧୧-୧୨ରେ ଅତ୍ୟନ୍ତ ଦାରିଦ୍ର୍ୟ ହାର ୨୭.୧% ରହିଥିବା ବେଳେ ୨୦୨୨-୨୩ରେ ୫.୩%କୁ ହ୍ରାସ ପାଇଛି ବୋଲି ବିଶ୍ୱ ବ୍ୟାଙ୍କର ସଦ୍ୟତମ ତଥ୍ୟ ଦର୍ଶାଉଛି। ୨୦୧୧-୧୨ରେ ଭାରତରେ ୩୪୪.୪୭ ମିଲିୟନ ଲୋକ ଅତ୍ୟନ୍ତ ଦାରିଦ୍ର୍ୟରେ ଜୀବନଯାପନ କରୁଥିବା ବେଳେ ୨୦୨୨-୨୩ ମସିହାରେ ଏଥିରେ ବିରାଟ ହ୍ରାସ ହୋଇ ଦାରିଦ୍ର୍ୟ ହାର୭୫.୨୪ ମିଲିୟନରେ ପହଞ୍ଚିଛି। ବିଶ୍ୱ ବ୍ୟାଙ୍କ ତଥ୍ୟ ଅନୁଯାୟୀ, ପ୍ରାୟ ୧୧ ବର୍ଷ ମଧ୍ୟରେ ୨୬୯ ମିଲିୟନ ବ୍ୟକ୍ତି ଅତ୍ୟନ୍ତ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି। ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ ଏବଂ ମଧ୍ୟପ୍ରଦେଶ ରାଜ୍ୟଗୁଡ଼ିରେ ୨୦୧୧-୧୨ମସିହାରେ ଭାରତର ଅତ୍ୟନ୍ତ ଦାରିଦ୍ର୍ୟ ହାର…

Read More