Author: Purva Paksha

ଚୀନ ପାକିସ୍ତାନକୁ ଭାରତ ବିରୁଦ୍ଧରେ ବ୍ୟବହାର କରିବା ପାଇଁ ନିଜ ଗୋଦାମରୁ ବାହାର କରି PL-15 ମିସାଇଲ ଦେଇଥିଲା । ପାକିସ୍ତାନ ଏହି ମିସାଇଲକୁ ଭାରତ ବିରୁଦ୍ଧରେ ଆକ୍ରମଣ କରିବା ପାଇଁ ବ୍ୟବହାର କରିଥିଲା । କିନ୍ତୁ ଭାରତ ଚୀନର ଏହି ମିସାଇଲକୁ ବିଫଳ କରି ଦେଇଥିଲା । ଏସିଆ ଟାଇମ୍ସର ରିପୋର୍ଟରେ କୁହାଯାଇଛି ଯେ ଭାରତ ପାଖରେ ଅତି କମରେ ଗୋଟିଏ ଅଫୁଟା PL-15 ମିସାଇଲ ପ୍ରମାଣ ଭାବେ ରହିଛି । ଅର୍ଥାତ୍, ଚୀନ ଏଯାଏ ଯେଉଁ ମିସାଇଲକୁ ଗେମ ଚେଞ୍ଜର ବୋଲି ମାନୁଥିଲା, ତାହା ଏବେ ଅକାମୀ ହୋଇଯାଇଛି । PL-15 ହେଉଛି ଚୀନର ନୂଆ ବିୟୋଣ୍ଡ ଭିଜୁଆଲ ରେଞ୍ଜ (BVR) ମିସାଇଲ, ଯାହାକୁ ଆମେରିକାର ବର୍ତ୍ତମାନର AIM-120D ମିସାଇଲ ସହିତ ତୁଳନା କରାଯାଏ । କିନ୍ତୁ ଏବେ ପ୍ରତିରକ୍ଷା ବିଶେଷଜ୍ଞମାନେ କହୁଛନ୍ତି ଯେ ଚୀନର ଏହି ସବୁଠାରୁ ଶକ୍ତିଶାଳୀ ମିସାଇଲ ଆଉ କୌଣସି କାମର ନୁହେଁ ।…

Read More