Author: Purva Paksha

ମଧ୍ୟପ୍ରଦେଶର ରାଜା ରଘୁବଂଶୀଙ୍କର ୧୧ ମେ,୨୦୨୫ରେ ସୋନମଙ୍କ ସହ ବିବାହ କରିଥିଲେ। ଉଭୟ ପରିବାର ଏହି ବିବାହକୁ ନେଇ ଅତ୍ୟନ୍ତ ଖୁସି ଥିଲେ। ବିବାହ ପରେ ଅନ୍ୟ ଦମ୍ପତିଙ୍କ ପରି ରାଜା ଓ ସୋନମ ମଧ୍ୟ ହନିମୁନ୍‌ ଯିବା ପାଇଁ ଯୋଜନା କରିଥିଲେ। ପ୍ରଥମେ ନିଷ୍ପତ୍ତି ହୋଇଥିଲା ଯେ ସେମାନେ ଅସମର କାମାଖ୍ୟା ଦେବୀ ମନ୍ଦିର ଯିବେ, ଏବଂ ସେଠାରୁ କଶ୍ମୀର । ୨୦ ମେ’ରେ ଦୁହେଁ ଆସାମର କାମାଖ୍ୟା ଦେବୀ ମନ୍ଦିର ପହଞ୍ଚିଥିଲେ। ତା’ପରେ ସେମାନେ କଶ୍ମୀର ବଦଳରେ ମେଘାଳୟ ଯିବାକୁ ଯୋଜନା କରିଥିଲେ। ୨୦ ମେ’ରେ ହିଁ ଦୁହେଁ ମେଘାଳୟ ପହଞ୍ଚିଥିଲେ। କିନ୍ତୁ ମେଘାଳୟରେ ସେମାନଙ୍କ ସହ ଯାହା ଘଟିଥିଲା, ତାହା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ପୋଲିସ ଅନୁସାରେ ୨୨ ମେ’ରେ ଏହି ଦମ୍ପତି ଭଡ଼ା ସ୍କୁଟରରେ ମାଭଲଖିୟାତ ଗାଁ ପହଞ୍ଚିଥିଲେ ଏବଂ ସେଠାରୁ ନୋଙ୍ଗରିୟାତ ଗାଁରେ ପ୍ରସିଦ୍ଧ ‘ଲିଭିଙ୍ଗ ରୁଟ୍‌ ବ୍ରିଜ୍‌’ ଦେଖିବା ପାଇଁ…

Read More