Author: Purva Paksha

ଗଜପତି ଜିଲ୍ଲାର ମୋହନା ପୋଲିସ ଥାନା ଅନ୍ତର୍ଗତ କୁଇହୁରୁ ଗାଁରେ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କୁ ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ପିଟି ପିଟି ହତ୍ୟା କରିବା ସହ ତାଙ୍କ ମୃତ ଶରୀରକୁ ଜାଳି ଦିଆଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ କୁଇହୁରୁର କାମ୍ବି ମଲ୍ଲିକ ବୋଲି ପୋଲିସ ସୂଚନା ଦେଇଛି। ଜୁନ ୩ ତାରିଖରେ କାମ୍ବି ତାଙ୍କ ଘରେ ଏକା ଥିବା ସମୟରେ ଏହି ଜଘନ୍ୟ କାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି। ରବିବାର ପୋଲିସ ମୃତକଙ୍କ ପୋଡ଼ା ମୃତଦେହର ଅବଶେଷ ଉଦ୍ଧାର କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ସୂତ୍ର ଅନୁଯାୟୀ କାମ୍ବିଙ୍କ ପୁଅ ମୀନା ଏବଂ ଝିଅ ସୁନ୍ଦରୀ ଜୁନ ୪ ତାରିଖ ସକାଳେ ସେମାନଙ୍କ ଘରେ ପହଞ୍ଚି ଦେଖିଲେ ଯେ ସେମାନଙ୍କ ବାପା ସେଠାରେ ନାହାଁନ୍ତି। ସେମାନେ ଭାବିଥିଲେ ଯେ ସେ ହୁଏତ ବୁଲିବାକୁ ଯାଇଛନ୍ତି, ତେଣୁ ସେମାନେ ଘର କାମରେ ବ୍ୟସ୍ତ ହୋଇଗଲେ। ତେବେ…

Read More