Author: Purva Paksha

ଅପରେସନ୍ ସିନ୍ଦୂର ଆମେରିକା ଓ ଚୀନ୍‌ ପାଇଁ ଏକ ବଡ଼ ଝଟକା ଥିଲା। ପ୍ରକୃତରେ, ‘ଅପରେସନ୍‌ ସିନ୍ଦୁର’ ସମୟରେ ଭାରତ ପାକିସ୍ତାନର ଅନେକ ସାମରିକ ଆଡ୍ଡା ଉପରେ ବାୟୁ ଆକ୍ରମଣ କରିଥିଲା, ଯେଉଁଥିରେ ପାକିସ୍ତାନର ଅନେକ କମାଣ୍ଡ ସେଣ୍ଟର ଧ୍ୱଂସ ହୋଇଯାଇଥିଲା। ଭାରତ ବିଶ୍ୱକୁ ଦେଖାଇ ଦେଇଛି ଯେ ଆଇଏଏଫ୍‌ (ଇଣ୍ଡିଆନ୍‌ ଏୟାର ଫୋର୍ସ) ଏବେ କେବଳ ଜବାବ ଦେଉନାହିଁ, ବରଂ ଅତି ସଠିକ୍‌ ଭାବେ ଆକ୍ରମଣ ମଧ୍ୟ କରିପାରେ। ଚୀଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଜେନେରାଲ ଅନିଲ ଚୌହାନଙ୍କ ନେତୃତ୍ୱରେ ଭାରତ ‘ଅପରେସନ୍‌ ସିନ୍ଦୁର’ ଆରମ୍ଭ କରିଥିଲା। ଏହାର ଲକ୍ଷ୍ୟ ଥିଲା ଆତଙ୍କବାଦୀଙ୍କ ଆଡ୍ଡା ନଷ୍ଟ କରିବା ଏବଂ ପାକିସ୍ତାନର ସାମରିକ କ୍ଷମତାକୁ ଦୁର୍ବଳ କରିବା। ତେବେ, ଏହି ଆକ୍ରମଣରେ ଆମେରିକା ଓ ଚୀନ୍‌ର ମାନସମ୍ମାନ ଉପରେ ମଧ୍ୟ ଆଘାତ ଲାଗିଛି। ଅପରେସନ୍‌ ସମୟରେ ଭାରତ ପାକିସ୍ତାନୀ ବାୟୁସେନାରେ ଥିବା ଆମେରିକାର ଏକ ଏଫ୍‌-୧୬ ଏବଂ ଚୀନ୍‌ରୁ କିଣାଯାଇଥିବା ତିନିଟି…

Read More