Author: Purva Paksha

ଆପଣଙ୍କ ଗାଁରେ ଏଲନ୍ ମସ୍କଙ୍କ ‘ଷ୍ଟାର ଲିଙ୍କ୍’ ଦ୍ୱାରା ଇଣ୍ଟରନେଟ୍ ଜୋରରେ ଦୌଡ଼ିବ ବୋଲି ଆପଣ ଭାବୁଛନ୍ତି କି ? କିନ୍ତୁ ପ୍ରଶ୍ନ ଆସୁଛି ଷ୍ଟାର ଲିଙ୍କ କଣ ? ଏହା ଦ୍ୱାରା ଆମର କି ଲାଭ ହେବ ? ଷ୍ଟାରଲିଙ୍କ ହେଉଛି ଆମେରିକୀୟ ଅରବପତି ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସର ଏକ ସେଟେଲାଇଟ ଇଣ୍ଟରନେଟ ସେବା ପ୍ରକଳ୍ପ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱର ସୁଦୂର ଓ ଦୁର୍ଗମ ଅଞ୍ଚଳକୁ ଉଚ୍ଚ ଗତିର ଇଣ୍ଟରନେଟ ସେବା ପହଞ୍ଚାଇବା, ଯେଉଁଠାରେ ଇଣ୍ଟରନେଟର ସୁବିଧା ନାହିଁ । ସାଧାରଣତଃ ଭୂପୃଷ୍ଠରେ ଇଣ୍ଟରନେଟ ଯୋଗାଇବା ପାଇଁ ଫାଇବର ଅପ୍ଟିକ୍ସ କିମ୍ବା ମୋବାଇଲ ଟାୱାର ନେଟୱାର୍କ ଆବଶ୍ୟକ, କିନ୍ତୁ ଷ୍ଟାର ଲିଙ୍କ ଏକ ଭିନ୍ନ ପ୍ରଯୁକ୍ତି ବ୍ୟବହାର କରେ ଯେଉଁଥିରେ ଏହାର ଆବଶ୍ୟକତା ନାହିଁ। ଏହା ପୃଥିବୀର ନିମ୍ନ କକ୍ଷରେ (ଲୋ ଆର୍ଥ ଅର୍ବିଟ) ହଜାର ହଜାର ଛୋଟ ସେଟେଲାଇଟର ଏକ ଜାଲ ବିଛାଇ…

Read More