Author: Purva Paksha

ଜମ୍ମୁ ଏବଂ କାଶ୍ମୀରର ଚେନାବ ସେତୁ ହେଉଛି ବିଶ୍ୱର ସବୁଠାରୁ ଉଚ୍ଚ ରେଳ ସେତୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏହି ସେତୁର ଉଦଘାଟନ କରିଛନ୍ତି । ପ୍ରଫେସର ଜି ମାଧବୀ ଲାଥା ଏହି ସେତୁ ନିର୍ମାଣରେ ଜିଓଟେକ୍ନିକାଲ୍ ପରାମର୍ଶଦାତା ଭାବରେ ପାଖା ପାଖି ୧୭ ବର୍ଷ ନିଜର ପରିଶ୍ରମ ଲଗାଇଥିଲେ । ଏହି ପ୍ରକଳ୍ପ ୨୭୨ କିଲୋମିଟର ଲମ୍ବ ଉଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ (USBRL) ର ଏକ ଅଂଶ ଏବଂ ୨୦୦୩ ରେ ଏହାକୁ ଅନୁମୋଦିତ କରାଯାଇଥିଲା। ସେତୁକୁ ସଫଳ ଓ ମଜବୁତ ଭାବେ ବନେଇବାରେ ପ୍ରମୁଖ ଅବଦାନକାରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପ୍ରଫେସର ଜି ମାଧବୀ ଲାଥା । ବେଙ୍ଗାଲୁରୁର ଭାରତୀୟ ବିଜ୍ଞାନ ସଂସ୍ଥାନ (IISc) ର ଜଣେ ପ୍ରଫେସର, ସେ ଚେନାବ ସେତୁ ପ୍ରକଳ୍ପରେ ଜିଓଟେକ୍ନିକାଲ୍ ପରାମର୍ଶଦାତା ଭାବରେ ପାଖା ପାଖି ୧୭ ବର୍ଷ ଧରି ଜଡିତ ଥିଲେ । ଜି ମାଧବୀ ଲାଥା ଭୂଭାଗ…

Read More