Author: Purva Paksha

ବାପାଙ୍କ ଶୁଦ୍ଧିକ୍ରିୟାରେ ହାଣ୍ଡିଆ ଦେଲେନି ବୋଲି ପୁରା ପରିବାରଙ୍କୁ ବାସନ୍ଦ କଲେ ଗାଁ ଲୋକ। ଗାଁ କୂଅ, ପୋଖରୀରୁ ପାଣି ନେଇପାରିବନି । ଦୋକାନ ଯାଇପାରିବନି । ଗାଁ ଲୋକଙ୍କ ସହ କଥା ହୋଇପାରିବେନି ପରିବାର। ମୟୂରଭଞ୍ଜ ଜିଲ୍ଲାର ଜଣେ ୬୭ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ପରେ ଆୟୋଜିତ ଶୁଦ୍ଧିକ୍ରିୟା ଭୋଜିରେ ‘ହାଣ୍ଡିଆ’ ନଦେବାରୁ ଗ୍ରାମବାସୀମାନେ ଏକ ଆଦିବାସୀ ଦମ୍ପତି ଏବଂ ସେମାନଙ୍କର ତିନି ସନ୍ତାନଙ୍କୁ ବାସନ୍ଦ କରିଥିବା ପୋଲିସ କହିଛି। ଶୁଦ୍ଧିକ୍ରିୟା ଭୋଜିରେ ଯୋଗ ଦେଇଥିବା ଲୋକଙ୍କୁ ‘ହାଣ୍ଡିଆ’ ପରଷିବା ବିଭିନ୍ନ ଆଦିବାସୀ ସମାଜରେ ଏକ ପ୍ରଥା। ହେଲେ ଏହି ଦମ୍ପତି ଭୋଜିରେ ହାଣ୍ଡିଆ ଦେଇ ନଥିବାରୁ ବାସନ୍ଦ ଅଛନ୍ତି। ଅଭିଯୋଗ ହେଉଛି ଯେ ଗାଁ ଲୋକେ ପରିବାର ସଦସ୍ୟଙ୍କୁ ଗାଁ ପୋଖରୀ କିମ୍ବା ଅନ୍ୟାନ୍ୟ ଉତ୍ସରୁ ପାଣି ନେବାକୁ କିମ୍ବା ଦୋକାନରୁ ଖାଦ୍ୟ ସାମଗ୍ରୀ କିଣିବାକୁ ବାରଣ କରିଛନ୍ତି । ପଦେ କଥା ହେଲେ ସେମାନଙ୍କୁ ୨ ହଜାର…

Read More