Author: Purva Paksha

ଆସନ୍ତା କାଲି ସ୍ନାନ ପୂର୍ଣ୍ଣମୀ: ଜାଣନ୍ତୁ କେଉଁ କୂଅରୁ ପାଣି ଆସି ଦିଅଁକୁ ଲାଗି ହୁଏ? ସୁନାକୂଅ କେଉଁଠି ଅଛି? ଆସନ୍ତା କାଲି ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣମୀ। ବର୍ଷର ପ୍ରଥମ ଦିନ ସେ ସିଂହାସନ ଛାଡ଼ି ଭକ୍ତଙ୍କ ଗହଣକୁ ଆସନ୍ତି। ଏହିଦିନ ହିଁ ପ୍ରତ୍ୟକ୍ଷ ସ୍ନାନ ହୁଏ। ୧୦୮ ଗରା ପାଣିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଚଳନ୍ତି ପ୍ରତିମାଙ୍କ ସହ ସ୍ନାନ କରାଯାଏ। ଆପଣ ଜାଣିଛନ୍ତି କି ଏ ପାଣି କେଉଁଠୁ ଆସେ? ଶ୍ରୀମନ୍ଦିରରେ ଏଥିଲାଗି କି ବ୍ୟବସ୍ଥା ରହିଛି? ଶ୍ରୀଜିଉଙ୍କ ପ୍ରତିଟି ପର୍ବ ପାଇଁ ସ୍ୱତନ୍ତ୍ର ବିଧି ବ୍ୟବସ୍ଥା ରହିଛି। ଏଥିଲାଗି ଆବଶ୍ୟକ ଜଳ ମଧ୍ୟ ସ୍ୱତନ୍ତ୍ର କୂଅରୁ ଆଣିବାର ବ୍ୟବସ୍ଥା ହୁଏ। ଏ କୂଅ ଶ୍ରୀମନ୍ଦିର ହତା ଭିତରେ ହିଁ ଅବସ୍ଥିତ। ଆପଣ ଭାବୁଥିବେ ରୋଷେଇ ପାଇଁ ଯେଉଁ କୂଅ ପାଣି ବ୍ୟବହାର ହୁଏ ସେ କୂଅରୁ ପାଣି ଆସୁଥିବ! କିନ୍ତୁ ତାହା ନୁହେଁ। ଶ୍ରୀଜିଉଙ୍କ ପ୍ରତିଟି ନୀତି ଲାଗି…

Read More