Author: Purva Paksha

ରାଜ୍ୟର ଏକ ନମ୍ବର ନ୍ୟୁଜ୍‍ ଚ୍ୟାନେଲରେ ଆରମ୍ଭ ହୋଇଛି କର୍ମଚାରୀ ଅସନ୍ତୋଷ। ପୁଣି ନୂଆ ସରକାର କ୍ଷମତାକୁ ଆସିବା ପରେ ଏହି ଅସନ୍ତୋଷ ସୃଷ୍ଟି ହୋଇଛି। ହେଲେ ଏହା ରାଜନୀତିକୁ କେନ୍ଦ୍ର କରି ନୁହେଁ, ବରଂ ସାଆନ୍ତାଣୀଙ୍କ ଓଭର କନ୍‍ଫିଡେନ୍ସ ଲାଗି। ଯେଉଁ କର୍ମଚାରୀମାନେ କିଛିଦିନ ପୂର୍ବରୁ ଲୟାଲ ବା ଅନୁଗତ ବୋଲି ବୋନସ୍‍ ଓ ସମ୍ମାନ ପାଉଥିଲେ ଏବେ ସେମାନଙ୍କୁ କୁହାଯାଉଛି ‘ଏଠି ପଡ଼ିଛ କାହିଁକି, ଆଉ ଅନ୍ୟଗତି ନାହିଁକି? ଏହି ଶବ୍ଦସବୁ ଶୁଣି ହତୋତ୍ସାହିତ ହୋଇଛନ୍ତି ଏହି ନମ୍ବର-୧ ଚ୍ୟାନେଲ୍‍ର ସିନିୟର ସଦସ୍ୟ। ଏପରିକି ଏମାନଙ୍କ ଭିତରୁ କିଛି ଅଧାରୁ ବୁଲେଟିନ୍‍ ଛାଡ଼ି ଉଠି ଚାଲିଯିବାକୁ ଉଚିତ ଭାବିଛନ୍ତି। ଆଉ ସେଥିଲାଗି ଟେଲିଭିଜନରେ ବୁଲେଟିନ୍‍ ବି ହୋଇଛି ରିପିଟ୍‍। ହଁ, ଏଠି ଆମେ ଆପଣଙ୍କୁ ଓଡ଼ିଶା ମିଡିଆ ହାଲ ଚାଲ କହିବାବେଳେ ଓଡ଼ିଶାର ପ୍ରମୁଖ ନ୍ୟୁଜ୍‍ ଟେଲିଭିଜନ୍‍ ସଂସ୍ଥା ତଥା ନିଜକୁ ଏକ ନମ୍ବର ବୋଲି ଦାବି କରୁଥିବା…

Read More