Author: Purva Paksha

ରଥଯାତ୍ରା ପୂର୍ବରୁ ଆଜି ପୁରୀରେ ତିନି ଠାକୁରଙ୍କ ଦେବାସ୍ନାନ ପୂର୍ଣ୍ଣିମା ନୀତି ଅନୁଷ୍ଠିତ ହେବ। ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ କାଳିଆ ସାଆନ୍ତ। ରତ୍ନବେଦୀ ଛାଡି ସ୍ନାନ ମଣ୍ଡପକୁ ଓହ୍ଲାଇ ଆସିଛନ୍ତି ଚତୁର୍ଦ୍ଧା ମୂରତି । ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀବିଗ୍ରହ । ଏଥିପାଇଁ ଶ୍ରୀମନ୍ଦିର ଭିତରେ ଥିବା ସୁନା କୂଅରୁ ଜଳ ଆସୁଛି । ଜଳଲାଗି ନୀତି ପରେ ବର୍ଷକୁ ଥରେ ଅନୁଷ୍ଠିତ ହେଉଥିବା ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ ଜଗନ୍ନାଥ, ବଡଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରା । ଏହା ପରେ ଜ୍ବରରେ ପୀଡିତ ହେବେ ଶ୍ରୀଜିଉ । ୧୫ ଦିନ ଅଣସର ଘରେ ଚାଲିବ ମହାପ୍ରଭୁଙ୍କ ଉପଚାର । ଜ୍ବରରୁ ଭଲ ହେଲା ପରେ ଭାଇଭଉଣୀଙ୍କୁ ସାଥିରେ ନେଇ ନବଦିନାତ୍ମକ ଯାତ୍ରାରେ ବାହାରି ଆସିବେ କାଳିଆ ସାଆନ୍ତେ । ଏହି ଉତ୍ସବରେ ‘ପହଣ୍ଡି’ ବିଧି ଏକ ପ୍ରମୁଖ…

Read More