Author: Purva Paksha

ରାଜ୍ୟର ମୋହନ ସରକାରଙ୍କୁ ଆସନ୍ତାକାଲି ଏକ ବର୍ଷ ପୂରିବ। ଗତବର୍ଷ ଜୁନ୍‍ ୧୨ ତାରିଖରେ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀଭାବେ ଆଦିବାସୀ ନେତା ମୋହନ ଚରଣ ମାଝୀ ଶପଥ ନେଇଥିଲେ। ସେଦିନଠାରୁ ୧୬ ଜଣ ମନ୍ତ୍ରୀଙ୍କୁ ନେଇ ସେ ଶାସନ ଚଳାଇ ଆସୁଛନ୍ତି। ଏକ ବର୍ଷ ଭିତରେ ଶାସନର ଯେଉଁ କୋଣକୁ ଦେଖିବେ ସେଇଠି ଅଭାବ ଜଳଜଳ ଦିଶୁଛି। ଅନେକ ପ୍ରସଙ୍ଗ ସୃଷ୍ଟି ହୋଇଛି ଆଉ କିଛି ଜାଣିଶୁଣି ସୃଷ୍ଟି କରାଯାଇଛି। ଶାସନ କଳରେ ମୋହନ କାତ ପାଉନାହାନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ତଥାପି ତାଙ୍କ ଆସନ ସୁରକ୍ଷିତ ରହିଛି। ଏହାର କାରଣ ହେଉଛି ଦୁର୍ବଳ ବିରୋଧୀ ଦଳ। ଏହି ଦୁର୍ବଳତା କାରଣରୁ ବିରୋଧୀ ଦଳ ନେତାଙ୍କ ପାଖରେ ଦିନକୁ ଦିନ ସରକାରଙ୍କ ଅପାରଗତାର ତାଲିକା ବଢ଼ୁଥିଲେ ବି ତାହାକୁ ସାମ୍ନାକୁ ଆଣିବାରେ ବିଫଳତା ଦେଖିବାକୁ ମିଳୁଛି।  ନବୀନଙ୍କୁ ନିରାଶ ବୋଲି କହିବା ପଛରେ ଅନେକ କାରଣ ରହିଛି। ସେଗୁଡ଼ିକୁ…

Read More