Author: Purva Paksha

କାଳୀ ମା’ଙ୍କ କଭର ଫଟୋ ଥିବା ବହି ବିକ୍ରି କରିବାକୁ ଯାଇ ହଇରାଣ ହେବାକୁ ଯାଉଛି ଆମାଜନ ଆପ୍ଲିକେସନ  । କଥା ଏତେ ଆଗକୁ ବଢ଼ିଲାଣି ଯେ ଏବେ ପୁରା ସୋସିଆଲ ମିଡ଼ିଆରେ #ବୟକଟ୍ ଆମାଜନ ଟ୍ରେଣ୍ଡ କରୁଛି ।ପୁସ୍ତକ କଭରରେ ହିନ୍ଦୁ ଦେବୀ କାଳୀଙ୍କୁ ଏକ ବିଚଳିତ ଢ଼ଙ୍ଗରେ ଚିତ୍ରଣ କରିବା ପାଇଁ ଲୋକଙ୍କର ଜୋରଦାର ଅସନ୍ତୋଷ ସୋସିଆଲ ମିଡିଆରେ ପ୍ରକାଶ ପାଇଛି – ଚିତ୍ର କିଛି ଏମିତି ରହିଛି କାଳୀ ମା ଏକ ରଶିରେ ଝୁଲୁଥିବା ଦେଖା ଯାଉଛି ସେହି ଫଟୋରେ । ଏହା ପରେ ହିନ୍ଦୁ ବିରୋଧୀ ଭାବନାକୁ ପ୍ରୋତ୍ସାହିତ କରିବା ନେଇ ଆମାଜନ ଏପ୍ଲିକେସନ ଅଡୁଆରେ ପଡିଛି ।ଉପଭୋକ୍ତାମାନେ ଆମାଜନର ହିନ୍ଦୁ ବିରୋଧୀ ଭାବନାକୁ ପ୍ରୋତ୍ସାହିତ କରିବା ଏବଂ ଧାର୍ମିକ ବିଶ୍ୱାସକୁ ଅସମ୍ମାନ କରୁଥିବା ଅଭିଯୋଗ କରିଛନ୍ତି । ପୁସ୍ତକ କଭରର ସ୍କ୍ରିନସଟ୍ ଅନଲାଇନରେ ବ୍ୟାପକ ଭାବରେ ପ୍ରସାରିତ ହେବା ଲୋକଙ୍କ ରାଗକୁ ବଢ଼ାଇଛି ।…

Read More