Author: Purva Paksha

California Los Angeles Forest Fire: କାଲିଫର୍ଣ୍ଣିଆ ଏବଂ ଲସ୍ ଆଞ୍ଜେଲସରେ ବ୍ୟାପିଥିବା ନିଆଁ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୨୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଲକ୍ଷ ଲକ୍ଷ ଲୋକଙ୍କୁ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଯିବାକୁ ପଡ଼ିଛି। ଅଗ୍ନିକାଣ୍ଡର ପରିସର ଏତେ ଭୟଙ୍କର ଯେ ଏବେ ଜେଲରେ ଥିବା କଏଦୀଙ୍କ ସହାୟତା ମଧ୍ୟ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ନିଆଯାଉଛି। କାଲିଫର୍ଣ୍ଣିଆ ଏବଂ ଲସ୍ ଆଞ୍ଜେଲସରେ ଲାଗିଥିବା ନିଆଁ ସମୟ ସହିତ ଭୟଙ୍କର ହେବାରେ ଲାଗିଛି। ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୨୪ ଜଣଙ୍କ ମୃତ୍ୟୁ ଘଟିଛି। ଶତଚେଷ୍ଟା ସତ୍ତ୍ୱେ ଜୋ ବାଇଡେନ ପ୍ରଶାସନ ଏହି ନିଆଁକୁ ଆୟତ୍ତ କରିବାରେ ବିଫଳ ହେଉଛି। ଏହାର ମୁଖ୍ୟ କାରଣ ହେଉଛି ଏହି ସମୟରେ ଆମେରିକାରେ ତୁଷାରପାତ ଯୋଗୁଁ ପ୍ରବଳ ପବନ ବହିବା। ଅନ୍ୟପକ୍ଷରେ କାଲିଫର୍ଣ୍ଣିଆ ଓ ଲସ୍ ଆଞ୍ଜେଲସ ଜେଲ୍ ବିଭାଗ ପକ୍ଷରୁ ନିଆଁ ଲିଭାଇବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବମ୍ପର…

Read More