Author: Purva Paksha

24 Akbar Road: କଂଗ୍ରେସ ମୁଖ୍ୟାଳୟର ନୂଆ ଠିକଣା ଏବେ ୯ଏ କୋଟଲା ମାର୍ଗ। ପୂର୍ବରୁ ଏହା ୨୪ ଆକବର ରୋଡ୍‍ ଥିଲା। ୪୭ ବର୍ଷ ଧରି ୨୪ ଆକବର ରୋଡ୍‍ରେ ଥିବା ପୁରୁଣା କଂଗ୍ରେସ ମୁଖ୍ୟାଳୟରେ ସୋନିଆ ଗାନ୍ଧୀଙ୍କ ଉପରେ ଗୁପ୍ତଚର ଏବଂ ସୀତାରାମ କେଶରୀଙ୍କ ସହ ଧସ୍ତାଧସ୍ତି ସମେତ ଅନେକ ଘଟଣା ଦେଖିବାକୁ ମିଳିଛି। ୪୭ ବର୍ଷ ପରେ ୨୪ ଆକବର ରୋଡ୍ ଆଉ କଂଗ୍ରେସ ମୁଖ୍ୟାଳୟ ହେବ ନାହିଁ। ୧୪୦ ବର୍ଷ ପୁରୁଣା କଂଗ୍ରେସର ଏହା ପ୍ରଥମ ମୁଖ୍ୟାଳୟ ଥିଲା, ଯେଉଁଠାରୁ କଂଗ୍ରେସ ଦେଶକୁ ନିୟନ୍ତ୍ରଣ କରୁଥିଲା। ଏହି ମୁଖ୍ୟାଳୟ କଂଗ୍ରେସକୁ କ୍ଷମତାର ଶୀର୍ଷକୁ ନେଇଥିଲା, ଆଉ ଏହି ମୁଖ୍ୟାଳୟ ମଧ୍ୟ ଦେଖିଥିଲା କେମିତି ଦେଶର ସର୍ବପୂରାତନ ଦଳ ଭାରତୀୟ ରାଜନୀତିରେ ତା’ର ପ୍ରାସଙ୍ଗିକତା ହରାଇ ବସିଲା। ସିଧାସିଧା କହିଲେ,୨୪ ଆକବର ରୋଡ୍‍ ଥିଲା ତଳୁ ଉପରକୁ ଯିବାର ସାକ୍ଷୀ ଓ ନିମ୍ନଗାମୀ ହେବାର ସାକ୍ଷୀ ମଧ୍ୟ।…

Read More