Author: Purva Paksha

NEP-2020: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟଦ୍ୱାରା ଜାରି କରାଯାଇଥିବା ଜାତୀୟ ଶିକ୍ଷା ନୀତି ୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରାଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନରେ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଲାଗୁ କରିବା ପାଇଁ ଓଡ଼ିଶା ସରକାର ବୁଧବାର ବିଜ୍ଞପ୍ତି ଜାରି କରିଛନ୍ତି। ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସତର୍କତାର ସହ ବିଚାର କରିବା ପରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟଦ୍ୱାରା ଜାରି କରାଯାଇଥିବା ଜାତୀୟ ଶିକ୍ଷା ନୀତି ୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରାଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏନଇପି କାର୍ଯ୍ୟକାରୀ ହେବ, ଜାତୀୟ ପାଠ୍ୟକ୍ରମ ଢାଞ୍ଚା ସହିତ ସମନ୍ୱିତ ହେବ ଏବଂ ସ୍ଥାନୀୟ ପରିପ୍ରେକ୍ଷୀକୁ ଅନ୍ତର୍ଭୁକ୍ତ କରାଯିବ । ଜାତୀୟ ପାଠ୍ୟକ୍ରମ ଢାଞ୍ଚା, ସ୍ଥାନୀୟ ପ୍ରାସଙ୍ଗିକତା ସହିତ, ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା ଭାବରେ ଗ୍ରହଣ…

Read More