Author: Purva Paksha

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରୁ ଏକ ବିରଳ କଳାବାଘର ଚମଡ଼ା ଜବତ କରିବା ସହ ୪ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ। ମିଳିଥିବା ସୂଚନା ଅନୁଯାୟୀ, ଡୁକୁରା ରେଞ୍ଜର ଶିମିଳିପାଳ ସଫ ବନ୍ୟପ୍ରାଣୀ ଡିଭିଜନର ସ୍ୱତନ୍ତ୍ର ପ୍ରବର୍ତ୍ତନ ଶାଖା ଗତ ୧୨ ତାରିଖ ରାତିରେ ଚଢ଼ାଉ କରି କଳା ବାଘର ଚମଡ଼ା ବିକ୍ରି ପାଇଁ ଉଦ୍ୟମ କରୁଥିବାବେଳେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଜିଲ୍ଲାର ଉଦଳା ଥାନା ଅନ୍ତର୍ଗତ ତେନ୍ତୁଲା ଓ ବାଲିଘାଟ ଗ୍ରାମର ଅଜମ୍ବର ନାୟକ, ପୀତାମ୍ବର ନାୟକ, ରମା ନାଏକ ଓ ବୈରାମ ମୁର୍ମୁ। ଜାନୁଆରି ୧୩ ତାରିଖରେ ସେମାନଙ୍କୁ ବାରିପଦା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ଡିଭିଜନ ଏବଂ ରାଜ୍ୟସ୍ତରୀୟ ଯୁଗ୍ମ ଟାସ୍କ ଫୋର୍ସ (ଜେଟିଏଫ୍)ର ମିଳିତ ଉଦ୍ୟମରେ ଏହି ଗିରଫଦାରୀ ସମ୍ଭବ…

Read More