Author: Purva Paksha

Bangladesh Constitution: ବାଂଲାଦେଶର ସମ୍ବିଧାନ ସଂଶୋଧନ ଆୟୋଗ ସମ୍ବିଧାନର ପ୍ରସ୍ତାବନାରୁ ଧର୍ମନିରପେକ୍ଷତା ଏବଂ ସମାଜବାଦ ଭଳି ଶବ୍ଦକୁ ହଟାଇବାକୁ ପ୍ରସ୍ତାବ ଦେଇଛନ୍ତି। ୨୦୧୧ରେ ଏକ ସଂଶୋଧନ ମାଧ୍ୟମରେ ବାଂଲାଦେଶର ସମ୍ବିଧାନରେ ଧର୍ମନିରପେକ୍ଷତା ଶବ୍ଦ ଯୋଡାଯାଇଥିଲା। ଦେଶର ବର୍ତମାନର ଶାସନ ଏଥିରେ ସହଜ ମନେ ହେଉନାହିଁ ଏବଂ ଏହାକୁ ହଟାଇ ଦିଆଯାଇପାରେ। ବାଂଲାଦେଶରେ ସମ୍ବିଧାନ ସଂଶୋଧନକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି ଧର୍ମନିରପେକ୍ଷତା ହଟାଇବାକୁ ବାମପନ୍ଥୀ ଦଳମାନେ ବିରୋଧ କରିଛନ୍ତି ବାଂଲାଦେଶ ନିଜର ଧର୍ମନିରପେକ୍ଷ ଚରିତ୍ର ବଜାୟ ରଖିବ କି? ବାଂଲାଦେଶରେ ସମ୍ବିଧାନର ପ୍ରସ୍ତାବନାରୁ ଧର୍ମନିରପେକ୍ଷତା ଓ ସମାଜବାଦକୁ ହଟାଇବା ପ୍ରସ୍ତାବକୁ ନେଇ ହଙ୍ଗାମା ହେଉଛି। ଏହାର କାରଣ ହେଉଛି ସାମ୍ବିଧାନିକ ସଂସ୍କାର ଆୟୋଗଙ୍କ ସୁପାରିସ। ଶେଖ୍ ହସିନା ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କାର ହେବା ପରେ ଦାୟିତ୍ୱ ଗ୍ରହଣ କରିଥିବା ମହମ୍ମଦ ୟୁନୁସ୍ ଏହି କମିଶନ ଗଠନ କରିଥିଲେ। ସମ୍ବିଧାନରୁ ଧର୍ମନିରପେକ୍ଷତା ଓ ସମାଜବାଦକୁ ହଟାଇବାକୁ କମିଶନ ତାଙ୍କ ରିପୋର୍ଟରେ ପ୍ରସ୍ତାବ ଦେଇଛନ୍ତି।…

Read More