Author: Purva Paksha

ଭାରତରେ ନିଯୁକ୍ତି ସଙ୍କଟ ଏକ ବଡ଼ ସମସ୍ୟାର ରୂପ ନେବାରେ ଲାଗିଛି। ଏକ ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରତି ୧୦ ଜଣଙ୍କ ମଧ୍ୟରୁ ୮ ଜଣ ଚାକିରି ସନ୍ଧାନରେ ରହିଛନ୍ତି। ନୂତନ ବର୍ଷରେ ଚାକିରି ଖୋଜିବା ଅଧିକ କଷ୍ଟକର ହୋଇପଡ଼ିଛି ବୋଲି ଅଧାରୁ ଅଧିକ ଅର୍ଥାତ୍‌ ୫୫% ଉତ୍ତରଦାତା କହିଛନ୍ତି। ଲିଙ୍କ୍‌ଡ ଇନ୍ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ଏହି ସୂଚନା ସାମ୍ନାକୁ ଆସିଛି। ଭାରତରେ ୬୯% ମାନବ ସମ୍ବଳ ବୃତ୍ତିଗତଧାରୀ ବିଶ୍ୱାସ କରନ୍ତି ଯେ ଦକ୍ଷ କର୍ମଚାରୀ ଖୋଜିବା ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକ କଷ୍ଟକର ହୋଇଯାଇଛି। ଏହାର ଅର୍ଥ ହେଉଛି ଯେ ୨୦୨୫ରେ ଆମେ ଚାକିରି ଖୋଜିବାର ଶୈଳୀରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିବ। ଗତ ବର୍ଷ ମଧ୍ୟ ଚାକିରି ଖୋଜୁଥିବା ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତଥାପି, ୩୭ ପ୍ରତିଶତ ଲୋକ କହୁଛନ୍ତି ଯେ ସେମାନେ ୨୦୨୫ ମସିହାରେ ଚାକିରି ଖୋଜୁନାହାଁନ୍ତି। ଏହାସତ୍ତ୍ୱେ ୫୮…

Read More