Author: Purva Paksha

ରାଜ୍ୟର ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସର ସଭାପତି କିଏ ହେବ ତାହାକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଛି। ରାଜ୍ୟର ପରବର୍ତ୍ତୀ ବିଜେପି ସଭାପତି କିଏ ହେବ? ନିର୍ବାଚନ ପରଠାରୁ ଗତ ୭ ମାସ ହେଲା ଏହି ଚର୍ଚ୍ଚା ଲାଗି ରହିଛି। ଆଉ ଅନ୍ୟପଟେ ପ୍ରାୟ ୮ ମାସ ହେବ ପିସିସି ସଭାପତି ଚୌକି ଫାଙ୍କା। ମାସ ପରେ ମାସ ଗଡ଼ି ଚାଲିଥିବାବେଳେ ରାଜ୍ୟରେ କଂଗ୍ରେସ ମୁଖିଆ ପଦରେ କାହାକୁ ନିଯୁକ୍ତି ଦିଆଯାଇ ପାରିନାହିଁ। ଓଡ଼ିଶାରେ ଏବେ ବିଜେପିର ସରକାର ରହିଛି। ଆଉ ବିଜେପିର ଏହି ବିଜୟ ପଛରେ ରାଜ୍ୟରେ ବିଜେପିର  ସଭାପତି ମନମୋହନ ସାମଲଙ୍କର ବଡ଼ ଅବଦାନ ଥିବା ଦାବି କରିବା ସହ ତାଙ୍କ ସମର୍ଥକମାନେ ପୁନର୍ବାର ତାଙ୍କୁ ସଭାପତି କରାଯାଉ ବୋଲି ଦାବି କରୁଛନ୍ତି। ଏହି ଦାବି ପଛରେ ଦଳର କିଛି ଟାଣୁଆ ନେତା ତଥା ସାଂସଦଙ୍କର ସମର୍ଥନ ଥିବା ମଧ୍ୟ କୁହାଯାଉଛି। ଅନ୍ୟପକ୍ଷରେ ଓଡ଼ିଶାରେ ବିଜେପିର…

Read More