Author: Purva Paksha

ଅନ୍ତର୍ଜାତୀୟ ସ୍ତରରେ ଟଙ୍କା ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଏହା ଦିନକୁ ଦିନ ହ୍ରାସରେ ରେକର୍ଡ କରି ଚାଲିଛି। ଏପରି ସମୟରେ ଭାରତୀୟ ଅର୍ଥନୀତିକୁ ନେଇ ଖରାପ ଖବର ଆସିଛି। ଦେଶରେ ଡିସେମ୍ବରରେ ରପ୍ତାନି ହ୍ରାସ ପାଇଥିବାବେଳେ ଆମଦାନୀ ବୃଦ୍ଧି ପାଇଛି। ବାଣିଜ୍ୟ କ୍ଷତି ମଧ୍ୟ ବଢ଼ିବାରେ ଲାଗିଛି। ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ତଥ୍ୟ ଅର୍ଥନୀତି ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇପାରେ। ସେୟାର ବଜାର ମଧ୍ୟ ହ୍ରାସ ପାଇପାରେ। ସରକାରୀ ତଥ୍ୟ ଅନୁଯାୟୀ ସମୀକ୍ଷାଧିନ ଅବଧିରେ ଦେଶର ରପ୍ତାନୀ ଏକ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ଆମଦାନୀ ୫ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ଏହାଦ୍ୱାରା ବାଣିଜ୍ୟ କ୍ଷତି ଆହୁରି ଅଧିକ ବୃଦ୍ଧି ପାଇଛି। ତେବେ ନଭେମ୍ବର ତୁଳନାରେ ଦେଶରେ ରପ୍ତାନୀ ବୃଦ୍ଧି ପାଇଛି। କିନ୍ତୁ ପୂର୍ବର ବର୍ଷର ସମାନ ଅବଧି ତୁଳନାରେ ହ୍ରାସ ପାଇଛି। ରିପୋର୍ଟ ଅନୁଯାୟୀ ଗତ ଡିସେମ୍ବର (ବାର୍ଷିକ ଆଧାରରେ)ରେ ସାମଗ୍ରୀ…

Read More