Author: Purva Paksha

ଜାନୁଆରୀ ୩୧ରୁ ସଂସଦର ବଜେଟ୍‍ ଅଧିବେଶନ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଏହା ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ। ସେହିଦିନ ହିଁ ଗୃହରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ। ଏହାର ଦିନକ ପରେ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମଥର ପାଇଁ ବଜେଟ୍‍ ଉପସ୍ଥାପନ କରିବେ। ଆଗାମୀ ବଜେଟ୍‍ରେ ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କ ପାଇଁ ଅନେକ ରିହାତି ମିଳିବ ବୋଲି ଆଲୋଚନା ହେଉଛି। ଆଲୋଚନା ଅନୁସାରେ ଆୟକର ସ୍ଲାବ ବଢ଼ିବା ସହିତ ଅନେକ ବସ୍ତୁ ଉପରୁ ଟିକସ ହାର ହ୍ରାସ ପାଇବ ବୋଲି ଆଶା କରାଯାଉଛି। କାରଣ ସରକାରଙ୍କ ମାଗଣା ଯୋଜନାରେ ଏହି ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଉପକୃତ ହେଉନଥିବାରୁ ସେମାନଙ୍କ ପାଇଁ ସରକାର ଆୟକରରେ କିଛି ରିହାତି ଦେବାର ସମ୍ଭାବନା ରହିଛି। ବଜେଟ୍‍ ଆଗତ ପରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ…

Read More