Author: Purva Paksha

Bangladesh:ଭାରତ ଓ ବାଂଲାଦେଶରେ ବଢ଼ୁଥିବା ଉତ୍ତେଜନାର ଫାଇଦା ଉଠାଉଛନ୍ତି ଚୀନ୍‍ ଓ ପାକିସ୍ତାନ। ବାଂଲାଦେଶରେ ଏହି ଦୁଇ ଦେଶର ହସ୍ତକ୍ଷେପ ବଢ଼ିବାରେ ଲାଗିଛି। ଏହା ଭାରତ ପାଇଁ ସମସ୍ୟା ସୃଷ୍ଟି କରିପାରେ। ବାଂଲାଦେଶର ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ସରକାର ମଧ୍ୟ କ୍ରମାଗତଭାବେ ଭାରତ ବିରୋଧୀ ନିଷ୍ପତ୍ତି ନେଉଛନ୍ତି। ଶେଖ୍ ହସିନା ସରକାରଙ୍କ ପତନ ପରଠାରୁ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଲାଗି ରହିଛି। ରାଜନୈତିକ ଅସ୍ଥିରତା, ମୌଳବାଦ, ହିନ୍ଦୁଙ୍କ ଉପରେ ଅତ୍ୟାଚାର ଭଳି ଘଟଣା ଭାରତୀୟ ଉପମହାଦେଶର ଜିଓ ପଲିଟିକ୍ସକୁ ଗରମ କରି ରଖିଛି। ବାଂଲାଦେଶରେ ଯାହାସବୁ ଘଟୁଛି ତାହା ଭାରତ ପାଇଁ ଭଲ ନୁହେଁ। କାରଣ ବାଂଲାଦେଶରେ ଅସ୍ଥିରତାର ଫାଇଦା ଉଠାଇବାକୁ ଚୀନ୍‍ ଓ ପାକିସ୍ତାନ ସବୁପ୍ରକାରର ଉଦ୍ୟମ କରୁଛନ୍ତି। ବାଂଲାଦେଶର କାମଚଳା ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସ ତାଙ୍କ ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ କୁଖ୍ୟାତ। ୟୁନୁସଙ୍କ ପାଇଁ ବାଂଲାଦେଶ ଏବେ ଭାରତ ବିରୋଧୀଙ୍କ ଆଡ୍ଡା ପାଲଟିଛି। ବାଂଲାଦେଶର ପାକିସ୍ତାନ ପ୍ରେମ…

Read More