Author: Purva Paksha

Anant Singh: ମୋକାମାରେ ବିହାରର ବାହୁବଳୀ ଅନନ୍ତ ସିଂହଙ୍କୁ ସୋନୁ ମୋନୁ ଗ୍ୟାଙ୍ଗ ଆକ୍ରମଣ କରିଥିଲା। ୧୦୦ ରାଉଣ୍ଡ ପର୍ଯ୍ୟନ୍ତ ଗୁଳି ଚାଳନା ହୋଇଥିବା କୁହାଯାଉଛି। ତେବେ ଏହି ଆକ୍ରମଣରେ ଅନନ୍ତ ସିଂହ ବର୍ତ୍ତି ଯାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। କାରବାର ବିବାଦ କାରଣରୁ ଏହି ଆକ୍ରମଣ ହୋଇଥିଲା। ବିହାରର ବାହୁବଳୀ ନେତା ତଥା ପୂର୍ବତନ ବିଧାୟକ ଅନନ୍ତ ସିଂହଙ୍କୁ ବୁଧବାର ସଂନ୍ଧ୍ୟାରେ ମୋକାମାରେ ବଡ଼ ଧରଣର ଆକ୍ରମଣ ହୋଇଛି। କୁହାଯାଉଛି ଯେ ସୋନୁ-ମୋନୁ ଗ୍ୟାଙ୍ଗ ଅନନ୍ତ ସିଂ ଓ ତାଙ୍କ ସମର୍ଥକଙ୍କ ଉପରକୁ ପ୍ରାୟ ୧୦୦ ରାଉଣ୍ଡ ଗୁଳି ଚଳାଇଥିଲା। ଏହି ଆକ୍ରମଣରେ ‘ଛୋଟେ ସରକାର’ ଅନନ୍ତ ସିଂହ ସୁରକ୍ଷିତଭାବେ ବର୍ତ୍ତି ଯାଇଛନ୍ତି। ପୁଲିସ ଘଟଣାସ୍ଥଳରୁ ୩ଟି ଖୋକା ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। କିନ୍ତୁ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା…

Read More